ରାୟଗଡା: ନିୟମଗିରି ପାହାଡ ପାଦ ଦେଶରେ ଥିବା ପାତାଳେଶ୍ୱର ମନ୍ଦିର କେବଳ ମନ୍ଦିର ନୁହଁ ବରଂ ରାୟଗଡା ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଅନ୍ୟତମ । ହେଲେ ଏହାର ବିକାଶ ପର୍ଯ୍ୟଟକଙ୍କ ପାଇଁ ସାତ ସପନ ପାଲଟିଛି । ନିୟମଗିରି ପାହାଡର ପାଦ ଦେଶରେ ରହିଥିବା ଦର୍ଶନୀୟ ସ୍ଥାନ ପାତାଳେଶ୍ୱର ମନ୍ଦିର ଏବେ ଅବହେଳିତ ଅବସ୍ଥାରେ ପଡିରହିଛି । ଏଠାରେ ବିଭିନ୍ନ ସମୟରେ ରାଜ୍ୟ ସମେତ ପଡ଼ୋଶୀ ରାଜ୍ୟ ସହ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ ।
ଗୋଟିଏ ପଟେ ମନ୍ଦିର ଦେଇ ବହିଯାଉଥିବା ଜଳପ୍ରପାତ ସାଙ୍ଗକୁ ନିୟମଗିରିର ଶୋଭାରାଜି ପର୍ଯ୍ୟଟକଙ୍କୁ ବାନ୍ଧି ରଖିଥିବାବେଳେ ଏହି ଅଞ୍ଚଳର ସାମଗ୍ରିକ ବିକାଶ ଏଯାଏଁ ହୋଇପାରିନାହିଁ । ଏହି ସ୍ଥାନରେ ଦେବଦେବ ମହାଦେବ ପାତାଳେଶ୍ୱର ହଜାର ହଜାର ବର୍ଷ ପୂର୍ବରୁ ପୂଜା ପାଇ ଆସୁଛନ୍ତି, ଏହି ମନ୍ଦିର ବହୁ ପୁରାତନ କାଳରୁ ନିର୍ମାଣ ହୋଇଥିବା ଇତିହାସ କହେ ।