ରାୟଗଡା:ଲୋଭ ମଣିଷକୁ ଅନ୍ଧ କରିଦିଏ । ଲୋଭର ବଶବର୍ତ୍ତୀ ହୋଇ ମଣିଷ ନିଜର ଦାୟିତ୍ବକୁ ଭୁଲିଯାଏ । କେଇଟା ଟଙ୍କା ପାଇଁ ନିଜ ବର୍ଦ୍ଦିକୁ ଅପମାନିତ କରିଥାଏ । ଗଞ୍ଜେଇ ଚୋରା ଚାଲାଣରେ ତିନିଜଣ ଗୃହରକ୍ଷୀଙ୍କ ସଂପୃକ୍ତ ଥିବି ଘଟଣାରୁ ଏହା ସ୍ପଷ୍ଟ ବାରି ହୋଇପଡୁଛି ଯେ ଲୋଭ ମଣିଷକୁ କେତେ ତଳକୁ ଖସାଇ ପାରେ ।
ସୂଚନାଅନୁସାରେ, ରାୟଗଡା ଜିଲ୍ଲା ଗୁମୁଡା ନିକଟରେ ଗଞ୍ଜେଇ ଚୋରା ଚାଲାଣରେ ତିନିଜଣ ହୋମଗାର୍ଡ ସଂପୃକ୍ତ ଥିବା ଜଣାପଡିଛି । ମେ 17 ତାରିଖରେ ଏକ ଗଞ୍ଜେଇ ଚାଲାଣ ହେଉଥିବା ଗାଡିକୁ ଛାଡ଼ି ଦେବା ପାଇଁ ମାଫିଆ ଓ ଗୃହରକ୍ଷୀଙ୍କ ମଧ୍ୟରେ 4 ଲକ୍ଷ 70 ହଜାର ଟଙ୍କାର ଡିଲ ହୋଇଥିଲା । ଏହି ଡିଲ ବିଷୟରେ ଖବର ପାଇ ପୋଲିସ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।