ଓଡିଶା

odisha

ସ୍କୁଲ ପାଇଖାନା ଟାଙ୍କିରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହରେ 3 ଅଟକ

By

Published : Nov 11, 2019, 12:05 AM IST

ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ହାତୀଖମ୍ବା ଗ୍ରାମରେ ଚାଞ୍ଚଲ୍ୟ । ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ପାଇଖାନା ଟାଙ୍କିରେ ମିଳିଲା ନିଖୋଜ ଥିବା ହାତୀଖମ୍ବା ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତଦେହ । ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡା: ବିଦ୍ୟାଳୟ ପାଇଖାନା ଟାଙ୍କିରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ହାତୀଖମ୍ବା ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଖାନା ଟାଙ୍କିରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ସୂଚନାଯୋଗ୍ୟ, ହାତୀଖମ୍ବା ଗ୍ରାମର ଉଦାଲା ରାଜାରାଓ ଓ ସ୍ତ୍ରୀ ଉଦାଲା ପାର୍ବତୀ ଘରେ ଖାଉଥିବା ସମୟରେ ଉକ୍ତ ଗ୍ରାମର ମହେନ୍ଦ୍ର ମାଣ୍ଡାଲା ଓ ମାଧବ କାଡ୍ରାକା ତାଙ୍କୁ ବାହାରକୁ ଡାକି ନେଇଯାଇଥିଲେ । ଏହାପରେ ବିଳମ୍ବିତ ରାତ୍ରିରେ ମହେନ୍ଦ୍ର ଓ ମାଧବ ଫେରିଥିଲେ, କିନ୍ତୁ ରାଜାରାଓ ଘରକୁ ଫେରି ନଥିଲେ।

ଏହା ଦେଖି ତାଙ୍କ ସ୍ତ୍ରୀ ବ୍ୟସ୍ତ ହୋଇ ମହେନ୍ଦ୍ର ଓ ମାଧବଙ୍କୁ ସ୍ବାମୀ କୁଆଡେ ଗଲେ ବୋଲି ପଚାରିଥିଲେ । ସେ ଫେରିଆସିବ ବୋଲି ସେମାନେ କହିଥିଲେ । ମାତ୍ର ତା ପରଦିନ ସକାଳୁ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ରାଜାରାଓଙ୍କ କୌଣସି ଖୋଜ ଖବର ମିଳି ନ ଥିଲା ।

ଏହାପରେ ବାଧ୍ୟ ହୋଇ ପାର୍ବତୀ ଏନେଇ ଥାନାରେ ଏତଲା ଦେଇଥିଲେ । ତେବେ ରବିବାର ସକାଳୁ ଖୋଜାଖୋଜି କରିବା ସମୟରେ ହାତୀଖମ୍ବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଇଖାନା ଟାଙ୍କି ପାଖରେ ବହୁତ ଦୁର୍ଗନ୍ଧ ହେଉଥିଲା । ପରେ ଗ୍ରାମବାସୀ ପ୍ରଥମେ ମୁକୁନ୍ଦପୁର ସରପଞ୍ଚ ଶିବ କଣ୍ଡାଗରିଙ୍କୁ ଖବର ଦେଇଥିଲେ। ସରପଞ୍ଚ ଆସିଲା ପରେ ପାଇଖାନା ଟାଙ୍କିର ପ୍ଲେଟକୁ କାଢି ଦେଖିବା ସମୟରେ ଉଦାଲାଙ୍କ ମୃତଦେହ ଭିତରେ ଥିବା ଦେଖିବାକୁ ପାଇଥିଲେ ।

ଏହାପରେ ସଙ୍ଗେ ସଙ୍ଗେ ମୁକୁନ୍ଦପୁର ଫାଣ୍ଡି ଓ ଚାନ୍ଦିଲି ଥାନାରେ ଏନେଇ ସରପଞ୍ଚ ଖବର ଦେଇଥିଲେ। ଖବର ପାଇ ଚାନ୍ଦିଲି ଥାନା ଅଧିକାରୀ ଅଜିତ କୁମାର ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ଏଥିସହ ଘଟଣାରେ ସଂପୃକ୍ତ ଥିବା ସନ୍ଦେହ କରି ମହେନ୍ଦ୍ର ମାଣ୍ଡାଲା, ମାଧବ କାଡ୍ରାକା ଓ ରାଜେନ୍ଦ୍ର ପାଲାକାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି ।


ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details