ଓଡିଶା

odisha

ETV Bharat / state

ଖାଦ୍ୟରୁ ବାହାରିଲା ମଲା ଝିଟିପିଟି, GIET ଛାତ୍ରଛାତ୍ରୀଙ୍କ ଅସନ୍ତୋଷ - ଖାଦ୍ୟରୁ ଝିଟିପିଟି ବାହାରିବାରୁ ଅସନ୍ତୋଷ

ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (GIET)ରେ ଥିବା କ୍ୟାଣ୍ଟିନରେ ଖାଦ୍ୟରୁ ବାହାରିଲା ଝିଟିପିଟି। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଅଧିକ ପଢନ୍ତୁ

ଖାଦ୍ୟରୁ ବାହାରିଲା ମଲା ଝିଟିପିଟି
ଖାଦ୍ୟରୁ ବାହାରିଲା ମଲା ଝିଟିପିଟି

By

Published : Aug 20, 2023, 7:42 PM IST

Updated : Aug 20, 2023, 7:49 PM IST

ଖାଦ୍ୟରୁ ବାହାରିଲା ମଲା ଝିଟିପିଟି

ରାୟଗଡ଼ା:ଖାଦ୍ୟରୁ ବାହାରିଲା ଝିଟିପିଟି। ରାୟଗଡ଼ା ସ୍ଥିତ ଗାନ୍ଧୀ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟରେ ଏଭଳି ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି। ଖାଦ୍ୟରୁ ଝିଟିପିଟି ବାହାରିଲା ପରେ ଛାତ୍ର ମହଲରେ ଅସନ୍ତୋଷ ଦେଖା ଦେଇଛି। ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (GIET)ରେ ଥିବା କ୍ୟାଣ୍ଟିନରେ ଛାତ୍ରଛାତ୍ରୀମାନେ ଭାତ ଖାଉଥିବା ସମୟରେ ଜଣେ ଛାତ୍ରଙ୍କ ଖାଦ୍ୟରେ ଏକ ମଲା ଝିଟିପିଟି ପଡ଼ିଥିବା ଦେଖିବାକୁ ମିଳିଥିଲା । ଏହାକୁ ଦେଖି ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।

କେବଳ ବର୍ତ୍ତମାନ ନୁହେଁ। ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଗାନ୍ଧୀ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି। ଏ ବାବଦରେ ଗାନ୍ଧୀ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟର ଉଚ୍ଚ କତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସେ ଏ ବାବଦରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ । ତେବେ ପୂର୍ବରୁ ମଧ୍ୟ ଖାଦ୍ୟରେ ପୋକ ଏବଂ ଝିଟିପିଟି ବାହାରି ଥିବା ନେଇ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଖାଦ୍ୟର ମାନ ପ୍ରତି ଯତ୍ନବାନ ହେଉନଥିବା ଅଭିଯୋଗ ହୋଇଛି । ସେପଟେ ଖାଦ୍ୟରେ ମଲା ଝିଟିପିଟି ବାହାରିବା ନେଇ ଛାତ୍ର ମହଲରେ ଉତ୍ତେଜନା ଦେଖାଦେଇଛି ।

ଏହା ବି ପଢନ୍ତୁ...କେନ୍ଦ୍ରାପଡା ସଙ୍ଗରୋଧ କେନ୍ଦ୍ରର ଜଳଖିଆରେ ମଲା ଝିଟିପିଟି

ଆଜି ଗାନ୍ଧୀ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ମିଳିତ ଭାବେ ରନ୍ଧା ଯାଇଥିବା ମଧ୍ୟାହ୍ନ ଭୋଜନକୁ ନଷ୍ଟ କରିଦେବା ସହ ଅନାହାର ରହି ପ୍ରତିବାଦ ଜଣାଇଛନ୍ତି। କଲେଜ କର୍ତ୍ତୃପକ୍ଷ ଯେତେ ବୁଝାଇଲେ ମଧ୍ୟ ଛାତ୍ରଛାତ୍ରୀ ନିଜ ଜିଦରେ ଅଡ଼ି ବସିଥିଲେ। ସେମାନେ କର୍ତ୍ତୃପକ୍ଷଙ୍କ କଥା ଶୁଣିବାକୁ ନାରାଜ ଥିଲେ । ତୁରନ୍ତ ଖାଦ୍ୟ ଯୋଗାଉଥିବା ଏଜେନ୍ସିକୁ ପରିବର୍ତ୍ତନ କରିବା ପାଇଁ ସେମାନଙ୍କ ଦାବି ରହିଛି ।

ଶେଷରେ ଆସନ୍ତାକାଲିଠାରୁ ଖାଦ୍ୟ ଯୋଗାଉଥିବା ନୂତନ ଏଜେନ୍ସିକୁ ଆଣିବା ପାଇଁ ନିଷ୍ପତ୍ତି ହେବା ପରେ ପିଲାମାନେ ଆନ୍ଦୋଳନରୁ ଓହରିଥିଲେ । ଅନ୍ୟପକ୍ଷେ ଉତ୍ତମ ତଥା ଗୁଣାତ୍ମକ ଶିକ୍ଷା ସହ ଉତ୍ତମ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଉ ଥିବା ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ ଦାବି କରୁ ଥିବାବେଳେ ଛାତ୍ରଙ୍କ ଖାଦ୍ୟରେ ମଲା ଝିଟିପିଟି ବାହାରିବା ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗାନ୍ଧୀ ଯାନ୍ତ୍ରିକ ପିଲାଙ୍କ ଖାଦ୍ୟରେ ଝିଟିପିଟି ବାହାରିଥିବାରୁ ଅସନ୍ତୋଷ ବଢିଛି। ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରେ ଉପୁଜୁଥିବା ଏଭଳି ସମସ୍ୟା ଉପରେ ଦୃଷ୍ଟି ଦେବା ସହ ତୁରନ୍ତ ଏହାର ସମାଧାନ କରିବାକୁ ଦାବି ଜୋର ଧରିଛି।

ଇଟିଭି ଭାରତ, ରାୟଗଡ଼ା

Last Updated : Aug 20, 2023, 7:49 PM IST

ABOUT THE AUTHOR

...view details