ଓଡିଶା

odisha

ବିକାଶରୁ ବଞ୍ଚିତ ନିୟମଗିରି ଡଙ୍ଗରିଆ, OPELIP ମାରି ନେଉଛି ଲକ୍ଷ ଲକ୍ଷ ଟଙ୍କା !

କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଆଦିମ ଜନଜାତିଙ୍କ ଉନ୍ନତି ପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ କେବଳ କାଗଜ କଲମରେ ଉନ୍ନୟନର ହିସାବ ସୀମିତ ରହୁଥିବା ବେଳେ ପ୍ରକୃତ ପକ୍ଷେ ଲୋକେ ସୁଫଳ ପାଉନଥିବା ଅଭିଯୋଗ ଆଣିଛନ୍ତି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳର ସାନଡେଙ୍ଗିଲେଲି ଗାଁ ବସବାସ କରୁଥିବା ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ । ଅଧିକ ପଢନ୍ତୁ...

By

Published : Aug 24, 2021, 7:48 PM IST

Published : Aug 24, 2021, 7:48 PM IST

ବିକାଶରୁ ବଞ୍ଚିତ ନିୟମଗିରି ଡଙ୍ଗରିଆ
ବିକାଶରୁ ବଞ୍ଚିତ ନିୟମଗିରି ଡଙ୍ଗରିଆ

ରାୟଗଡା: ଆଦିବାସୀ ଜନଜାତିଙ୍କ ଉନ୍ନତି ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ହେଲେ ତାହା କେବଳ ଯୋଜନାରେ ରହିଛି । କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଆଦିମ ଜନଜାତିଙ୍କ ଉନ୍ନତି ପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ତାହା କାଗଜ କଲମରେ ଉନ୍ନୟନର ହିସାବ ସୀମିତ ରହୁଥିବା ବେଳେ ପ୍ରକୃତ ପକ୍ଷେ ଲୋକେ ସୁଫଳ ପାଉନଥିବା ଅଭିଯୋଗ ଆଣିଛନ୍ତି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳର ସାନଡେଙ୍ଗିଲେଲି ଗାଁ ବସବାସ କରୁଥିବା ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ ।

ବିକାଶରୁ ବଞ୍ଚିତ ନିୟମଗିରି ଡଙ୍ଗରିଆ, ଓପିଇଲିପି ମାରି ନେଉଛି ଲକ୍ଷ ଲକ୍ଷ ଟଙ୍କା

ଡଙ୍ଗରିଆଙ୍କ ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ରାଜ୍ୟ ସରକାରଙ୍କ OPELIP ସଂସ୍ଥା କୋଟି କୋଟି ଟଙ୍କା ହଡପ କରୁଥିବା ଅଭିଯୋଗ ଆଣିଛନ୍ତି ଡଙ୍ଗରିଆ । ଏନେଇ 12 ଖଣ୍ଡ ଗାଁର ପଞ୍ଚୟତ ଏକାଠି ହୋଇଛି । ଡଙ୍ଗରିଆଙ୍କ ଉନ୍ନତି ପାଇଁ ସରକାର ଡିଣ୍ଡିମ ପିଟୁଥିବା ବେଳେ ସେମାନଙ୍କ ପାଇଁ ଆସୁଥିବା କୋଟି କୋଟି ଟଙ୍କାକୁ କାଗଜ କଲମରେ ଉନ୍ନୟନ ମୂଳକ କାର୍ଯ୍ୟ ହେଉଥିବା ଦର୍ଶାଇ ହରିଲୁଟ କରୁଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ OPELIP ସଂସ୍ଥା ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ ଏବଂ ହରିଜନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରୁଛି । ଯଦି OPELIP ସଂସ୍ଥା ପ୍ରକୃତରେ ନିୟମଗିରୀରେ ବସବାସ କରୁଥିବା ଅଧିବାସୀଙ୍କ ଉନ୍ନୟନ ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛି ତେବେ ଉଭୟଙ୍କୁ ସହଯୋଗ କରୁ ବୋଲି ଦାବି କରିଛନ୍ତି । ପାତର ଅନ୍ତର ମାନଭାଵ ରଖି କାର୍ଯ୍ୟ କଲେ OPELIP କୁ ଏଠାରୁ ହଟାଇ ଦିଆଯିବ ବୋଲି ଚେତାବନୀ ଦେଇଛି ନିୟମଗିରି ସୁରକ୍ଷା ସମିତି ।

ଖାଲି ସେତିକି ନୁହେଁ ପାରଶାଳୀ ଓ ସୁନାଖଣ୍ଡି ପଞ୍ଚାୟତରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ, ଦଳିତ, ଆଦିବାସୀ ପରିବାରଙ୍କ ପାଇଁ ସରକାର ତରଫରୁ କାର୍ଯ୍ୟ କରୁଥିବା OPELIP ସଂସ୍ଥା ନିୟମଗିରିରେ କେଉଁ କେଉଁ ଉନ୍ନୟନ ମୂଳକ କାର୍ଯ୍ୟ କରୁଛି ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହୋଇଛି । OPELIP ନିୟମଗିରି ଅଞ୍ଚଳକୁ ଯେଉଁ ଅଦା, ହଳଦୀ, ଆମ୍ବ ଚାର, କଦଳୀ,କାନ୍ଦୁଲ, ମାଣ୍ଡିଆ କୁକୁଡ଼ା ପାଳନ, ଛେଳି ପାଳନ,ଚାଷ ପାଇଁ ଯାହା ଆବଶ୍ୟକ ତାହା ସମସ୍ତଙ୍କୁ ସମାନ ଭାବରେ ଯୋଗାଉ ନାହିଁ ବୋଲି ଅଭିଯୋଗ ହୋଇଛି ।

ଏହାକୁ ନେଇ କିଛି ଦିନ ତଳେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲା ନିୟମଗିରି ସୁରକ୍ଷା ସମିତି । OPELIP ର ମନମୁଖୀ କାର୍ଯ୍ୟକୁ ବିରୋଧ କରି ଏକାଠି ହୋଇଛନ୍ତି ଡଙ୍ଗରିଆ । ଯଦି ସ୍ଥାନୀୟ ସମସ୍ୟାକୁ ବୁଝି କାର୍ଯ୍ୟ ନକରାଯାଏ ତାହା ହେଲେ OPELIP କାର୍ଯ୍ୟାଳୟରେ ତାଲା ପକାଇବା ସହିତ ଗାଁରେ OPELIP ଦ୍ଵାରା ହେଉଥିବା କାର୍ଯ୍ୟ କରିବାକୁ ଦେବୁ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details