ରାୟଗଡା: ସିଆରପିଏଫ କ୍ୟାମ୍ପ ନୁହେଁ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଦରକାର। ଜମି ପଟ୍ଟା, ବାସଗୃହ ଓ ପାନୀୟ ଜଳ ଦରକାର। ସାଧାରଣ ଲୋକଙ୍କୁ ମାଓବାଦୀ କହି ପୋଲିସର ଜୁଲୁମବାଜ ଚଳିବ ନାହିଁ । ଏଭଳି କିଛି ନାରା ଦେଇ ଗର୍ଜିଛନ୍ତି ନିୟମଗିରି ଡଙ୍ଗରିଆ କନ୍ଧ । ସିଆରପିଏଫ କ୍ୟାମ୍ପକୁ ଘେରାଓ କରିଥିଲେ ଆନ୍ଦୋଳନକାରୀ ।
ସୋମାବାର କଳାହାଣ୍ଡି ଲାଞ୍ଜିଗଡ ତ୍ରିଲଚନପୁରରେ ଏକଜୁଟ ହୋଇଥିଲେ ଶହଶହ ଡଙ୍ଗରିଆ କନ୍ଧ । ହାତରେ ଥିଲା ପାରମ୍ପରିକ ଅସ୍ତ୍ରଶସ୍ତ୍ର। ଘେରାଓ କରିଥିଲେ ତ୍ରିଲଚନପୁର ସିଆରପିଏଫ କ୍ୟାମ୍ପ । ନୂଆ କରି ସ୍ଥାପନ ହୋଇଥିବା ଏହି କ୍ୟାମ୍ପକୁ ସିଧାସଳଖ ବିରୋଧ କରିଥିଲେ ଆନ୍ଦୋଳନକାରୀ । ସ୍ଥାନୀୟ ସରପଞ୍ଚଙ୍କ ବିନା ଅନୁମତିରେ କିପରି ସିଆରପିଏଫ କ୍ୟାମ୍ପ ସ୍ଥାପନ ହେଲା, ତାକୁ ନେଇ ପ୍ରଶ୍ନ ଉଠାଇଥିଲେ।
ଦିନେ ପୋଲିସ ଯାହାକୁ ମାଓବାଦୀ କହି ଏନକାଉଣ୍ଟର କରିଥିଲା, ସେହି ମନ୍ଦ କାଡରାକାକୁ ସାଧାରଣ ଲୋକ ବୋଲି କହିଛନ୍ତି ଆନ୍ଦୋଳନକାରୀ । ମାଓବାଦୀ ନାଁ ନେଇ ସାଧାରଣ ଲୋକଙ୍କ ଉପରେ ପୋଲିସ ଅତ୍ୟାଚାର କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ଆଉ ଏଥିପାଇଁ ସିଆରପିଏଫ କ୍ୟାମ୍ପକୁ ବିରୋଧ ବି କରିଛନ୍ତି ।