ରାୟଗଡା:ଥାନା ଆଗରେ ଅଭିଯୁକ୍ତର ମୃତ୍ୟୁ ଘଟଣାକୁ ହାଜତ ମୃତ୍ୟୁ ଭାବେ ଗ୍ରହଣ କଲା ପୁଲିସ ବିଭାଗ । ଏନଏଚଆରସି ଗାଇଡ ଲାଇନ ଅନୁଯାୟୀ ବିଚାର ବିଭାଗୀୟ ତଦନ୍ତ ପାଇଁ ହେବ ସୁପାରିଶ ।ରାୟଗଡା ସଦର ଥାନା ଆଗରେ ଟ୍ରକ ଚକାତଳେ ପଡି ମଙ୍ଗଳବାର ଜଣେ ଅଭିଯୁକ୍ତର ମୃତ୍ୟୁ ହୋଇଥିଲା । ପୋଲିସର ସୁରକ୍ଷା ବ୍ୟବସ୍ଥା ଢିଲା ଥିବାରୁ ସନ୍ତୋଷଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତର ମୃତ୍ୟୁ ପରେ, ପରିବାର ପ୍ରତି ପୋଷଣ ପାଇଁ ସରକାରୀ ସହାୟତା ପାଇଁ ଦାବି କରାଯାଇଛି ।
ରାୟଗଡା ଥାନା ଆଗରେ ଅଭିଯୁକ୍ତର ମୃତ୍ୟୁ ଘଟଣା, ହାଜତମୃତ୍ୟୁ ଭାବେ ଗ୍ରହଣ କଲା ପୋଲିସ - ରାୟଗଡା ଥାନା ଆଗରେ ଅଭିଯୁକ୍ତର ମୃତ୍ୟୁ ଘଟଣା
ରାୟଗଡା ଥାନା ଆଗରେ ଅଭିଯୁକ୍ତର ମୃତ୍ୟୁ ଘଟଣା । ହାଜତମୃତ୍ୟୁ ଭାବେ ଗ୍ରହଣ କଲା ପୋଲିସ । ଏନଏଚଆରସି ଗାଇଡ ଲାଇନ ଅନୁଯାୟୀ ବିଚାର ବିଭାଗୀୟ ତଦନ୍ତ ପାଇଁ ହେବ ସୁପାରିଶ । ଅଧିକ ପଢନ୍ତୁ.....
ରାୟଗଡା ଥାନା ଆଗରେ ଅଭିଯୁକ୍ତର ମୃତ୍ୟୁ ଘଟଣା, ହାଜତମୃତ୍ୟୁ ଭାବେ ଗ୍ରହଣ କଲା ପୋଲିସ
ରାୟଗଡା ଏସ.ପିଙ୍କ ସହ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ମାନେ ହସ୍ପିଟାଲକୁ ଯାଇ ମୃତକର ପରିବାରକୁ ଭେଟିବା ସହ ଏକ ଦାବୀପତ୍ର ଗ୍ରହଣ କରିଛନ୍ତି । ଏହି ଅପମୃତ୍ୟୁକୁ ହାଜତ ମୃତ୍ୟୁ ଭାବେ ଗ୍ରହଣ କରାଯାଇଛି । ଘଟଣାର ତଦନ୍ତ ଏନଏଚଆରସି ଗାଇଡଲାଇନ ଅନୁଯାୟୀ କରାଯିବ । ଏହାସହ ବିଚାର ବିଭାଗୀୟ ତଦନ୍ତ ପାଇଁ ମଧ୍ୟ ସୁପାରିଶ କରାଯିବ ବୋଲି ଜଣାପଡ଼ିଛି । ହାଜତରେ ଥିବା ବେଳେ କିଭଳି ସେ ଖସିବାକୁ ସକ୍ଷମ ହେଲା ସେନେଇ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ରାୟଗଡା ଏସ.ପି ।
ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭାରତ