ଓଡିଶା

odisha

ETV Bharat / state

5 ଦିନରୁ ସିଆରପିଏଫ ଯବାନ ନିଖୋଜ - crpf jawan dharam dev missing on 5 days

5 ଦିନଧରି ସିଆରପିଏଫ ଯବାନ ଧରମ ଦେବ ନିଖୋଜ । ରାୟଗଡା ସ୍ଥିତ ସିଆରପିଏଫର 4 ର୍ଥ ବାଟାଲିଅନରେ କାମ କରୁଥିଲେ ଯବାନ ଧରମ ଦେବ । ତାଙ୍କୁ ଶେଷଖାଲ ଥାନାରେ ଡ୍ୟୁଟି ଦିଆଯାଇଥିବାବେଳେ ସେ 5 ଦିନ ହେବ କେଉଁଆଡେ ନିଖୋଜ ଅଛନ୍ତି ।

crpf jawan dharam dev
5 ଦିନ ହେବ ସିଆରପିଏଫ ଯବାନ ନିଖୋଜ

By

Published : Jan 2, 2020, 11:55 PM IST

ରାୟଗଡା: 5 ଦିନଧରି ସିଆରପିଏଫ ଯବାନ ଧରମ ଦେବ ନିଖୋଜ । ରାୟଗଡା ସ୍ଥିତ ସିଆରପିଏଫର 4 ର୍ଥ ବାଟାଲିଅନରେ କାମ କରୁଥିଲେ ଯବାନ ଧରମ ଦେବ । ତାଙ୍କୁ ଶେଷଖାଲ ଥାନାରେ ଡ୍ୟୁଟି ଦିଆଯାଇଥିବାବେଳେ ସେ 5 ଦିନ ହେବ କେଉଁଆଡେ ନିଖୋଜ ଅଛନ୍ତି ।

5 ଦିନ ହେବ ସିଆରପିଏଫ ଯବାନ ନିଖୋଜ

ସେ ଥାନାରୁ ଗତ 29 ତାରିଖରେ 4 ର୍ଥ ବାଟାଲିଅନ ଆସିବା ପାଇଁ ବାହାରିଥିବାବେଳେ ଏଠାରେ ପହଞ୍ଚି ନଥିଲେ । ଥାନାରୁ 4 ର୍ଥ ବାଟାଲିଅନ ମାତ୍ର 18 କିଲୋମିଟର ହୋଇଥିବାବେଳେ ସେ ପହଞ୍ଚିନଥିବାରୁ ତାଙ୍କୁ ବହୁତ ଖୋଜାଖୋଜି କରାଯାଇଥିଲା । ପରେ ତାଙ୍କର କୌଣସି ପତ୍ତା ନମିଳିବାରୁ ଉତ୍ତରପ୍ରଦେଶରେ ରହୁଥିବା ପରିବାରକୁ ଖବର ଦିଆଯାଇଥିଲା ।

ତେବେ ଆଜି(ଗୁରୁବାର) ପରିବାର ଲୋକେ ପହଞ୍ଚି ରାୟଗଡା ଥାନାରେ ଲିଖିତ ଏତଲା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଧରମ ଦେବଙ୍କର କୌଣସି ଖବର ମିଳିନଥିବାବେଳେ ତଦନ୍ତ ଜାରି ରହିଥିବା ଜଣାପଡିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details