ଓଡିଶା

odisha

ରାୟଗଡାରେ ମାଓ ସ୍ଥିତିର ସମୀକ୍ଷା କଲେ ସିଆରପିଏଫ ଆଇଜି

By

Published : Jun 26, 2020, 10:26 PM IST

ରାୟଗଡା ସଦର ମହକୁମା ସ୍ଥିତ ସିଆରପିଏଫ ୪ର୍ଥ ବାଟାଲିୟନ କ୍ୟାମ୍ପରେ ପହଞ୍ଚି ରାୟଗଡା ଜିଲ୍ଲାରେ ମାଓବାଦୀ ସ୍ଥିତି ଉପରେ ସାମ୍ବାଦିକଙ୍କ ସହ ଆଲୋଚନା କରିଛନ୍ତି ।

crpf-ig-reviewed-the-maoist-situation-in-rayagada
ରାୟଗଡାରେ ମାଓ ସ୍ଥିତିର ସମୀକ୍ଷା କଲେ ସିଆରପିଏଫ ଆଇଜି

ରାୟଗଡା: ମାଓ ସ୍ଥିତିର ସମୀକ୍ଷା କଲେ ସିଆରପିଏଫ ଆଇଜି । ଦିନିକିଆ ରାୟଗଡା ଜିଲ୍ଲା ଗସ୍ତରେ ଆସି ମାଓ ସ୍ଥିତିର ସମୀକ୍ଷା କରିଛନ୍ତି ସିଆରପିଏଫ ଆଇ.ଜି (ଓଡିଶା ରେଜଂ) ସଂଗ୍ରାମ କେଶରୀ ମହାନ୍ତି । ରାୟଗଡା ସଦର ମହକୁମା ସ୍ଥିତ ସିଆରପିଏଫ ୪ର୍ଥ ବାଟାଲିୟନ କ୍ୟାମ୍ପରେ ପହଞ୍ଚି ରାୟଗଡା ଜିଲ୍ଲାରେ ମାଓବାଦୀ ସ୍ଥିତି ଉପରେ ସାମ୍ବାଦିକଙ୍କ ସହ ଆଲୋଚନା କରିଛନ୍ତି ।

ରାୟଗଡାରେ ମାଓ ସ୍ଥିତିର ସମୀକ୍ଷା କଲେ ସିଆରପିଏଫ ଆଇଜି

ବର୍ତ୍ତମାନ ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି ଯଥେଷ୍ଟ କମିଥିବା ବେଳେ କଳାହାଣ୍ଡି ଜିଲ୍ଲାର ତ୍ରିଲୋଚନପୁରରେ ନୂଆ ସିଆରପିଏଫ କ୍ୟାମ୍ପ ହେବା ଦ୍ୱାରା ଉଭୟ ରାୟଗଡା ଓ କଳାହାଣ୍ଡି ଜିଲ୍ଲାର ନିୟମଗିରି ଅଂଚଳରେ ମାଓବାଦୀଙ୍କ କାର୍ଯ୍ୟକଳାପରେ ରୋକ ଲାଗିଛି । କୋରୋନା ମହାମାରୀ ସତ୍ୱେ ଯବାନ ମାନଙ୍କ ମନୋବଳ ଭାଙ୍ଗି ନାହିଁ ବରଂ ପୂର୍ବଭଳି କୁମ୍ବି ସାଙ୍ଗକୁ ଏରିଆ ଡୋମିନେସନ୍ ଜାରି ରହିଥିବା କହିଛନ୍ତି ଆଇଜି ।


ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details