ଓଡିଶା

odisha

ETV Bharat / state

ପୁଲୱାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ, ହୋଲି ଖେଳିଲେନି ସିଆରପିଏଫ୍ ଯବାନ - tribute

ଚଳିତବର୍ଷ ହୋଲି ଖେଳିଲେ ନାହିଁ ସିଆରପିଏଫ ଯବାନ । ପୁଲଓ୍ବମା ଆତଙ୍କୀ ହମଲାରେ ଶହୀଦ ଯବାନଙ୍କ ପରିବାରକୁ ସମବେଦନା ଜଣାଇବା ଉଦ୍ଦେଶ୍ୟର ହୋଲି ନ ପାଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସିଆରପିଏଫ ଯବାନ ।

ଫଟୋ ସୈଜନ୍ୟ: ସମ୍ବାଦଦାତା, ରାୟଗଡା

By

Published : Mar 22, 2019, 11:07 PM IST

ରାୟଗଡା: ଚଳିତବର୍ଷ ହୋଲି ଖେଳିଲେ ନାହିଁ ରାୟଗଡାଚତୁର୍ଥବାଟାଲିଅନର ସିଆରପିଏଫ୍ଯବାନ । ପୁଲଓ୍ବମା ଆତଙ୍କୀ ହମଲାରେ ଶହୀଦ ଯବାନଙ୍କ ପରିବାରକୁ ସମବେଦନା ଜଣାଇବା ଉଦ୍ଦେଶ୍ୟରେ ହୋଲି ନ ଖେଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସିଆରପିଏଫ ଯବାନ ।

ପ୍ରତିବର୍ଷ ହୋଲିକୁ ଏକ ଭାଇଚାରାର ପର୍ବ ଭାବେ ପାଳିଆସୁଥିବା ମୁନିଗୁଡା ସ୍ଥିତ ଅଷ୍ଟମ ବାଟାଲିୟନ ସିଆରପିଏଫ୍ କ୍ୟାମ୍ପରେ ଏଥର ରଙ୍ଗ ଖେଳାଯାଇ ନଥିଲା । ବରଂ ସାଥି ଶହୀଦ ଯବାନଙ୍କ ଆତ୍ମାର ଶାନ୍ତି ପାଇଁ କ୍ୟାମ୍ପ ପରିସରରେ ଥିବା ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଆତ୍ମାର ସଦଗତି କାମନା କରି ନିରବ ପ୍ରାର୍ଥନା କରିଛନ୍ତି ଯବାନ ।

ରାୟଗଡାରେ ମଧ୍ୟ ଦେଖିବାକୁ ମିଳିଛି ସମାନ ସ୍ଥିତି । ଏଠାରେ ଥିବା ଚତୁର୍ଥବାଟାଲିଆନ ସିଆରପିଏଫ୍ କ୍ୟାମ୍ପରେ ଆଜି ସକାଳୁ କ୍ୟାମ୍ପ ପରିସରରେ ଥିବା ମନ୍ଦିରରେ ପୂଜାର୍ଚନା କରିବା ସହ ନିରବ ପ୍ରାର୍ଥନା କରାଯାଇଥିଲା

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details