ଓଡିଶା

odisha

ETV Bharat / state

ଲକ୍ଷ୍ମୀ ମାଝୀ ମୃତ୍ୟୁ ମାମଲା, କ୍ରାଇମବ୍ରାଞ୍ଚ ଟିମ୍‌ର ଖୋଳତାଡ ଜାରି - ଲକ୍ଷ୍ମୀ ମାଝୀ ମୃତ୍ୟୁ

Warden Laxmi Majhi death probe: ରାୟଗଡାର ବହୁଚର୍ଚ୍ଚତ ମାଆ ଗୃହ ୱାଡେନ ଲକ୍ଷ୍ମୀ ମାଝୀ ମୃତ୍ୟୁ ମାମଲାରେ ଚନ୍ଦ୍ରପୁରରେ ପହଞ୍ଚି ଖୋଳତାଡ ଆରମ୍ଭ କଲା କ୍ରାଇମବ୍ରାଞ୍ଚ ଟିମ । ଘଟଣାକୁ ୯ ଦିନ ବିତି ଯାଇଥିଲେ ମଧ୍ୟ ମୃତ୍ୟୁର କାରଣ ଜଣାପଡି ନାହିଁ । ଅଧିକ ପଢନ୍ତୁ

ଲକ୍ଷ୍ମୀ ମାଝି ମୃତ୍ୟୁ ମାମଲା , ଖୋଲତାଡ ଆରମ୍ଭ କାଲା କ୍ରାଇମବ୍ରାଞ୍ଚ୍
ଲକ୍ଷ୍ମୀ ମାଝି ମୃତ୍ୟୁ ମାମଲା , ଖୋଲତାଡ ଆରମ୍ଭ କାଲା କ୍ରାଇମବ୍ରାଞ୍ଚ୍

By ETV Bharat Odisha Team

Published : Dec 30, 2023, 11:09 AM IST

ଲକ୍ଷ୍ମୀ ମାଝି ମୃତ୍ୟୁ ମାମଲା , ଖୋଲତାଡ ଆରମ୍ଭ କାଲା କ୍ରାଇମବ୍ରାଞ୍ଚ୍

ରାୟଗଡା:ବହୁଚର୍ଚ୍ଚତ ଚନ୍ଦ୍ରପୁର ମାଆ ଗୃହ ୱାଡେନ ଲକ୍ଷ୍ମୀ ମାଝୀ ମୃତ୍ୟୁ ଘଟଣାରେ ଖୋଳତାଡ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଘଟଣାସ୍ଥଳ ଚନ୍ଦ୍ରପୁରରେ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଘଟଣାକୁ ୯ ଦିନ ବିତିଥିଲେ ସୁଦ୍ଧା ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ କରିପାରିନି ପୋଲିସ । ତେବେ ପାରିପାର୍ଶ୍ଵିକ ଅବସ୍ଥାକୁ ଦେଖିଲେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ଅନୁମେୟ ହେଉଛି । ଲକ୍ଷ୍ମୀ ମାଝୀ ମୃତ୍ୟୁ ଘଟଣାରେ ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଶୁକ୍ରବାର ଚନ୍ଦ୍ରପୁର ଠାରେ ପହଞ୍ଚି ଛାନଭିନ୍ କରିଛି l ମୃତଦେହ ପଡି ରହିଥିବା ସ୍ଥଳରେ ଯାଞ୍ଚ କରିବା ସହ ପାଖ ପଡ଼ୋଶୀଙ୍କୁ ପଚରାଉଚରା କରିଛି l ଏହାସହ ଲକ୍ଷ୍ମୀ ରହୁଥିବା ମାଆ ଗୃହରେ ମଧ୍ୟ ଯାଞ୍ଚ କରାଯାଇଛି ।

କ୍ରାଇମବ୍ରାଞ୍ଚ ଡ଼ିଏସପି ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଷ୍ଟେଟ ଫରେନସିକ ଟିମର ୧୦ ଜାଣିଆ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହାସହ ରାୟଗଡା ଓ କୋରାପୁଟରୁ ମଧ୍ୟ ପୃଥକ ପୃଥକ ଭାବେ ଦୁଇଟି ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛନ୍ତି । ଗତ ୨୬ ତାରିଖରେ ବିଜେପି ମହିଳା ମୋର୍ଚ୍ଚାର ଏକ ଟିମ ଚନ୍ଦ୍ରପୁର ଗସ୍ତ କରିବା ସହ ଗୁରୁବାର ୬ ଘଣ୍ଟିଆ ରାୟଗଡା ଜିଲ୍ଲା ବନ୍ଦ ଡାକରା ଦେଇଥିଲା ଏବଂ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ହସ୍ପିଟାଲ ପରିସରରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଅନ୍ୟପଟେ ପଡ଼ୋଶୀଙ୍କ କହିବା କଥା ହେଲା, ଲକ୍ଷ୍ମୀ ଜଣେ ଭଲ ଝିଅ । ତାଙ୍କର ମୃତ୍ୟୁ ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ସ୍ଥାନୀୟ ବାସିନ୍ଦା ଓ ବ୍ଲକ ଚେୟାରମ୍ୟାନ । ଏପରିକି ଯଦି ଲକ୍ଷ୍ମୀଙ୍କୁ ପୋଲିସ ନ୍ୟାୟ ଦେଇନପାରେ ତେବେ ଜିଲ୍ଲାର ଆଦିବାସୀ ସଂଘ ଥାନା ଘେରାଉ କରିବାକୁ ଧମକ ଦେଇଛନ୍ତି ବ୍ଲକ ଅଧ୍ୟକ୍ଷ । ଅପରପକ୍ଷେ ମେଡ଼ିକାଲରେ ଏହା ପ୍ରଥମ ଘଟଣା । ଲକ୍ଷ୍ମୀକୁ ବାହାରେ ହତ୍ୟା କରି ମେଡ଼ିକାଲ ହତା ଭିତରକୁ ଫିଙ୍ଗି ଦେଇଥିବା ସନ୍ଦେହ କରିଛନ୍ତି ଡାକ୍ତରଖାନାର ମୁଖ୍ୟ ଡ଼ ସାଲକୁ ଚରଣ ପୁର୍ତ୍ତି ।

ଏହାସହ ଭଷ୍ଟ୍ରାଚାର ବିରୋଧୀ ସଂଗଠନ ଏହାର ତଦନ୍ତ ପାଇଁ ଚନ୍ଦ୍ରପୁରରେ ପହଞ୍ଚି ଏହା ଏକ ହତ୍ୟା ବୋଲି ଦାବି କରିଛନ୍ତି । ଶୁକ୍ରବାର ଡ଼ିଆଇଜି ଚରଣ ସିଂହ ମୀନାଙ୍କ ସମେତ ଜିଲ୍ଲା ଏସପି ବିବେକାନନ୍ଦ ଶର୍ମା ଏବଂ କ୍ରାଇମବ୍ରାଞ୍ଚ ପହଞ୍ଚି ଲକ୍ଷ୍ମୀ ରହୁଥିବା ମାଆ ଗୃହର ୪ ସହଯୋଗୀ ସମେତ ସଂସ୍ଥା ନିର୍ଦ୍ଦେଶକ ଓ କିଛି ସ୍ଥାନୀୟ ଲୋକଙ୍କୁ ଥାନାରେ ଜେରା କରିଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details