ଓଡିଶା

odisha

ETV Bharat / state

Russian Tourist Death: ଘଟଣାସ୍ଥଳରେ କେନ୍ଦ୍ରୀୟ ଗୁଇନ୍ଦା ଟିମ୍, ବିଦେଶ ମନ୍ତ୍ରଣାଳୟ ରଖିଲା ପ୍ରତିକ୍ରିୟା - ରାୟଗଡ଼ାରେ ଋଷ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା

ଭାରତର ଆଦିବାସୀ ଅଞ୍ଚଳ ପରିଭ୍ରମଣରେ ଆସିଥିବା ଋଷୀୟ ପର୍ଯ୍ୟଟକଙ୍କ ରାୟଗଡ଼ାରେ ସନ୍ଦେହଜନକ ମୃତ୍ୟୁ ଘଟଣା (Russian tourists death case ) । ଓଡ଼ିଶା କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ ଗଠନ କରିବା ସହ ପରିବାର ସହ ମଧ୍ୟ ଯୋଗାଯୋଗ ହେଉଛି । ଏହାସହ କେନ୍ଦ୍ରୀୟ ଗୁଇନ୍ଦା ଟିମ ମଧ୍ୟ ରାୟଗଡ଼ାରେ ପହଞ୍ଚି ତନାଘନା ଆରମ୍ଭ କରିଛି । ଅଧିକ ପଢନ୍ତୁ

Russian Tourist Death
Russian Tourist Death

By

Published : Dec 29, 2022, 10:26 PM IST

ମୃତ ଋଷ ସାଂସଦ ପାଭେଲଙ୍କ ଅନ୍ତିମ ସଂସ୍କାର ସମୟର ଦୃଶ୍ୟ

କଟକ/ରାୟଗଡ଼ା/ଭୁବନେଶ୍ୱର:ଓଡ଼ିଶାର ଆଦିବାସୀ ବହୁଳ ତଥା ମାଓପ୍ରବଣ ଅଞ୍ଚଳରେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟକୁ ନେଇ ଆସୁଛି ଗୋଟିଏ ପରେ ଗୋଟିଏ ତଥ୍ୟ (Russian tourists death case ) । ମୃତକଙ୍କ ମଧ୍ୟରେ ଜଣେ ଋଷର ସାଂସଦ ପାଭେଲ ଆଣ୍ଟୋଭ ରହିଥିବାରୁ ମୃତ୍ୟୁକୁ ନେଇ ସନ୍ଦେହ ଉପୁଜିଛି । ତେବେ ଏହାର ତଦନ୍ତ ଲାଗି ଓଡ଼ିଶା କ୍ରାଇମବ୍ରାଞ୍ଚର ଏକ ଟିମ ଗଠନ ହୋଇଥିବା ବେଳେ ସେପଟେ ମାମଲା ସମ୍ପର୍କରେ ଅବଗତ ଥିବା ନେଇ କହିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ । ଅନ୍ୟପଟେ କେନ୍ଦ୍ରୀୟ ଗୁପ୍ତଚର ଏଜେନ୍ସିର ୨ଜଣ ଅଧିକାରୀ ରାୟଗଡ଼ାରେ ପହଞ୍ଚି ମାମଲାର ତନାଘନା କରିଥିବା ଜଣାପଡ଼ିଛି । ଏହା ଭିତରେ ପାଭେଲଙ୍କ ଅନ୍ତିମ ସଂସ୍କାର ସମୟର ଏକ ଭିଡ଼ିଓ ସାମ୍ନାକୁ ଆସିଛି ।

ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ ଗଠନ

ଭାରତର ଆଦିବାସୀ ଅଞ୍ଚଳ (Indian Tribal Tour)ରେ ଆସିଥିବା ୪ ଋଷୀୟ ପର୍ଯ୍ୟଟକଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁକୁ ନେଇ ଏବେ ରାଜ୍ୟ ସମେତ ଦେଶରେ ପଡ଼ିଛି ଚହଳ । ୨ମୃତକଙ୍କ ମଧ୍ୟରୁ ଜଣେ ଋଷର ସାଂସଦ ପାଭେଲ ଆଣ୍ଟୋଭ ଥିଲେ । ଯିଏକି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବଡ଼ ସମାଲୋଚକ ତଥା ଜଣେ କୋଟିପତି ବ୍ୟବସାୟୀ । ତାଙ୍କର ଏପରି ମୃତ୍ୟୁକୁ ଗୁରୁତର ସହ ନେଇଛି ଓଡ଼ିଶା ପୋଲିସ । ପୂର୍ବରୁ ଋଷ ରାଷ୍ଟ୍ରପତି ପୁଟିନଙ୍କ ସମାଲୋଚକଙ୍କ ଏପରି ରହସ୍ୟଜନକ ମୃତ୍ୟୁ ଘଟିଥିବାରୁ ପାଭେଲଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ସେ ନେଇ ହେଉଛି ତଦନ୍ତ । ମୃତ୍ୟୁର ପ୍ରକୃତ ସତ୍ୟକୁ ଫର୍ଦ୍ଦାଫାଶ କରିବା ଲାଗି ଓଡ଼ିଶା କ୍ରାଇମବ୍ରାଞ୍ଚ ଏକ ସ୍ବତନ୍ତ୍ର ଟିମ ଗଠନ କରିଛି । ସେମାନେ ଆଜି ରାୟଗଡ଼ାରେ ପହଞ୍ଚି ଋଷ ପର୍ଯ୍ୟଟକ ବୁଲିଥିବା ସ୍ଥାନ, ହୋଟେଲ ଆଦି ବୁଲି ତଦନ୍ତ ଜାରି ରଖିଛନ୍ତି ।

ଏହା ବି ପଢନ୍ତୁ-ଚାଲିଛି ଋଷ-ୟୁକ୍ରେନ ଯୁଦ୍ଧ, ରହସ୍ୟଜନକ ଭାବେ ଆଖି ବୁଜୁଛନ୍ତି ଋଷର ଜଣକ ପରେ ଜଣେ ବ୍ୟବସାୟୀ-ରାଜନେତା

ପାଭେଲଙ୍କ ପରିବାର ସହ ଯୋଗାଯୋଗ କରୁଛି CID-CB

ପାଭେଲଙ୍କ ମୃତ୍ୟୁ ପରେ ତାଙ୍କ ସାଥୀରେ ଥିବା ଋଷୀୟ ଦମ୍ପତିଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚର ଅପରାଧ ଅନୁସନ୍ଧାନ ବିଭାଗ (CB-CID) ଟିମ । ଏହି ୨ ଦମ୍ପତିଙ୍କ ବୟାନକୁ କ୍ରସଚେକ୍‌ କରିବା ଲାଗି ପାଭେଲଙ୍କ ପରିବାର ସହିତ ଯୋଗାଯୋଗ କରୁଛି ଟିମ । ଏହାସହିତ ପାଭେଲଙ୍କ ମେଡିକାଲ ରେକର୍ଡ ସଂଗ୍ରହ କରିବା ଲାଗି CID ଉଦ୍ୟମ ଜାରି ରଖିଛି । ପାଭେଲ ନିଜ ଜନ୍ମଦିନ ପାଳନ କରିବା ଲାଗି ଓଡ଼ିଶା ଆସିଥିଲେ । ଭ୍ରମଣ ବେଳେ ସାଥୀରେ ଥିବା ପିଲାଦିନର ବନ୍ଧୁ (ଭ୍ଲାଦିମିର ବିଦୋନୋଭ)ଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ତାଙ୍କ ମୃତଦେହକୁ ଏକ ନିର୍ମାଣଧୀନ କୋଠା ତଳୁ ଉଦ୍ଧାର କରାଯାଇଥିଲା । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ଏହା ଏକ ହତ୍ୟାକାଣ୍ଡ ସେ ନେଇ ସ୍ପଷ୍ଟ ହୋଇନଥିବାରୁ ସନ୍ଦେହ ଘନେଇବାରେ ଲାଗିଛି ।

ଅରିନ୍ଦମ ବାଗଚୀଙ୍କ ପ୍ରତିକ୍ରିୟା

ଏହି ମାମଲା ନେଇ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ (MEA spokesperson Arindam Bagchi ) । ସେ ଏ ନେଇ କହିଛନ୍ତି, "ମାମଲା ସମ୍ପର୍କରେ ଆମେ ଅବଗତ ଅଛୁ । ଘଟଣାର ସତ୍ୟାସତ୍ୟ ବାହାର କରିବା ଲାଗି ଓଡ଼ିଶା ପୋଲିସ ଆଇନ ଅନୁସାରେ ତଦନ୍ତ ଜାରି ରଖିଛନ୍ତି ।"

ରାୟଗଡ଼ାରେ ପହଞ୍ଚିଲା କେନ୍ଦ୍ରୀୟ ଟିମ

ମାମଲାର ତଦନ୍ତ ଲାଗି କେନ୍ଦ୍ରୀୟ ଗୁପ୍ତଚର ଏଜେନ୍ସି (Central Intelligence Agency)ର ୨ଜଣ ଅଧିକାରୀ ରାୟଗଡ଼ାରେ ପହଞ୍ଚି ମାମଲାର ତନାଘନା କରିଥିବା ଜଣାପଡ଼ିଛି । ସେ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ହୋଟେଲର ବିଭିନ୍ନ ସ୍ଥାନ ବୁଲି ତଦନ୍ତ କରୁଛନ୍ତି । ଋଷୀୟ ପର୍ଯ୍ୟଟକ ହୋଟେଲରେ ରହୁଥିବା ରୁମକୁ ଯାଇ ଯାଞ୍ଚ କରିବା ସହ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି ।

ଇଟିଭି ଭାରତ, କଟକ, ରାୟଗଡ଼ା ଓ ଭୁବନେଶ୍ୱର

ABOUT THE AUTHOR

...view details