ଓଡିଶା

odisha

ETV Bharat / state

ନିରାଶ କାରିଗର, ମାଟି ମୂର୍ତ୍ତିକୁ ଖାଉଛି ପ୍ଲାଷ୍ଟର ଅଫ ପ୍ୟାରିସ - Rayagada news

ପେସାରେ ଏମାନେ ହାଣ୍ଡି ମାଠିଆ ଗଢନ୍ତି । କିନ୍ତୁ ଏହି କୁମ୍ଭକାରଙ୍କ ନିଶା ମାଟିରେ ମୂର୍ତ୍ତି ଗଢିବା । ଏହି ନିଶା ଦ୍ବାରା କେବଳ ରାୟଗଡା ନୁହେଁ ପଡୋଶୀ ଆନ୍ଧ୍ରରେ ମଧ୍ୟ ଏମାନଙ୍କ ମୂର୍ତ୍ତିର ବେଶ ଚାହିଦା ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

By

Published : Sep 1, 2019, 4:31 AM IST

Updated : Sep 1, 2019, 9:42 AM IST

ରାୟଗଡା: ମାଟି ମୂର୍ତ୍ତି । କାହିଁ ଆବାହମାନ କାଳରୁ ଚାଲିଆସିଛି ଏହି କଳା । ମାଟି ମୂର୍ତ୍ତିର ଚାହିଦା ସବୁଆଡେ । ଶିଳ୍ପୀର ହାତ ସ୍ପର୍ଶରେ ମାଟି କହେ କଥା । ଓଦା ମାଟିରୁ ଆକୃତି । ଶିଳ୍ପୀର ତୂଳୀମୁନରୁ ସବୁଠି ବାରି ହୋଇପଡେ ଉତ୍କୃଷ୍ଟ କଳାକୃତିର ବାସ୍ନା ।

ହେଲେ ଆଜି ସେହି ହାତ ଧୀର ହୋଇପଡିଛି । ବନ୍ଦ ହେବାକୁ ବସିଛି ବ୍ୟବସାୟ । ଏହି ଉପରେ ନିର୍ଭରଶୀଳ କାରିଗର ଚିନ୍ତାରେ । କାରଣ ମାଟି ମୂର୍ତ୍ତିର ଚାହିଦାକୁ ଖାଉଛି ପ୍ଲାଷ୍ଟର ଅଫ ପ୍ୟାରିସ । ବ୍ୟସ୍ତମୟ ଦୁନିଆରେ ସମୟର ଅଭାବ । ଏହାସହ ଦରକାର ଆଖି ଝଲସୁଥିବା ଭଳି ଜିନିଷ । ଆଉ ଖାସ ସେଥିପାଇଁ ବଜାରରେ ବଢିଚାଲିଛି ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତିର ଚାହିଦା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଏହା ହେଉଛି ରାୟଗଡା ଜିଲ୍ଲା ମଫସଲ ଗାଁ ଅମଲାଭଟାର କାହାଣୀ । ରାୟଗଡା ସହରଠାରୁ ମାତ୍ର ୧୫ କିଲୋମିଟର ଜାତୀୟ ରାଜପଥ କଡରେ ନାଗାବଳୀ ନଦୀ ଅବବାହିକାରେ ଅବସ୍ଥିତ ଗାଁ । କେଉଁ ଆବହମାନକାଳରୁ ଗାଁରେ ବସବାସ କରୁଛନ୍ତି ୧୦୦ଟି କୁମ୍ଭକାର ପରିବାର । ଜଣେ କି ଦୁଇଜଣ ନୁହେଁ ଗାଁର ଆବାଳବୃଦ୍ଧବନିତାଙ୍କ ତୂଳୀର ମୁନରେ ନିର୍ଜୀବ ମାଟି ମୂର୍ତ୍ତି କଥା କୁହନ୍ତି ।

ପେସାରେ ଏମାନେ ହାଣ୍ଡି ମାଠିଆ ଗଢନ୍ତି । କିନ୍ତୁ ଏହି କୁମ୍ଭକାରଙ୍କ ନିଶା ମାଟିରେ ମୂର୍ତ୍ତି ଗଢିବା । ଏହି ନିଶା ଦ୍ବାରା କେବଳ ରାୟଗଡା ନୁହେଁ ପଡୋଶୀ ଆନ୍ଧ୍ରରେ ମଧ୍ୟ ଏମାନଙ୍କ ମୂର୍ତ୍ତିର ବେଶ ଚାହିଦା ରହିଛି । ହେଲେ ମହରଗ ଦୁନିଆରେ ସହରର ଗଳି କନ୍ଦିରେ ଶସ୍ତାରେ ମିଳୁଛି ପ୍ଲାଷ୍ଟର ଅଫ ପ୍ୟାରିସର ମୂର୍ତ୍ତି । ଯାହା ଏମାନଙ୍କ ବ୍ୟବସାୟକୁ ବିପଦରେ ପକାଇଛି ।

ଏହା ଫଳରେ ଧୀରେ ଧୀରେ ମାଟି ମୂର୍ତ୍ତି ପ୍ରତି ଗ୍ରାହକ ମୁହଁ ଫେରାଉଛନ୍ତି । ଏନେଇ ଚିନ୍ତାରେ ଏଠାକାର ଶିଳ୍ପୀ । କାରବାରରେ ପୁରା ପରିବାର ଲାଗିଥିବାବେଳେ ପେଟପାଟଣା ନେଇ ଚିନ୍ତାରେ କାରିଗର । ସେପଟେ ଏତେ ବଡ ଶିଳ୍ପୀର ଗାଁକୁ ଏଯାଏଁ ସରକାରୀ ମାନ୍ୟତା ମିଳିପାରିନାହିଁ । ଏନେଇ ଜିଲ୍ଲାପାଳ ସ୍ବୀକାର କରିବା ସହ ଏହା ସରକାରଙ୍କ ଆଢ଼ୁଆଳରେ ରହିଯାଇଥିବା କହିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Sep 1, 2019, 9:42 AM IST

ABOUT THE AUTHOR

...view details