ରାୟଗଡା:ବିଭିନ୍ନ ଦାବୀନେଇ ସିପିଆଇ ଏମଏଲ ପକ୍ଷରୁ ଗୁଣୁପୁର ତହସିଲ କାର୍ଯ୍ୟାଳୟ ଘେରାଉ । ଆଦିବାସୀଙ୍କ ଅଧିକାର ଜଙ୍ଗଲ, ଜମି ଓ ଜଳ ଦାବିରେ ନେଇ କରିଛନ୍ତି ଆନ୍ଦୋଳନ । ତୁରନ୍ତ ଆଦିବାସୀଙ୍କ ଅଧିକାର ଫେରସ୍ତ ପାଇଁ 8 ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ବିଭିନ୍ନ ଦାବିରେ ଗୁଣୁପୁର ତହସିଲ କାର୍ଯ୍ୟାଳୟ ଘେରାଉ କଲା ସିପିଆଇଏମଏଲ - cpiml protest in front of gunupur tahasil office
ଗୁଣୁପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆଜି ସିପିଆଇ ଏମଏଲ ଲିବରେସନ ପକ୍ଷରୁ ବିଭିନ୍ନ ଦାବି ନେଇ ଗୁଣୁପୁର ତହସିଲ କାର୍ଯ୍ୟାଳୟ ଘେରାଉ । ଅଧିକ ପଢନ୍ତୁ...
ଶୁକ୍ରବାର ଗୁଣୁପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇ ଏମଏଲ ଲିବରେସନ ପକ୍ଷରୁ ଦଳର ସମ୍ପାଦକ ତିରୁପତି ଗମାଙ୍ଗଙ୍କ ନେତୃତ୍ୱରେ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜଙ୍ଗଲ, ଜମି ଓ ଜଳ ଏହା ଆଦିବାସୀଙ୍କ ଅଧିକାର । ଏହାକୁ ତୁରନ୍ତ ଆଦିବାସୀଙ୍କୁ ପ୍ରଦାନ, ଜଙ୍ଗଲ ଜମି, ଘର ଢି଼ହ ପଟ୍ଟା ପ୍ରଦାନ କରାଯିବା ଦାବି କରିଛନ୍ତି । ଏହା ସହ ଆଦିବାସୀଙ୍କ ଜମି ହଡପ କରିଥିବା ଅଣ ଆଦିବାସୀ ମାନଙ୍କ ଠାରୁ ଜମି ଫେରସ୍ତ ଭଳି ଦାବି କରିଛନ୍ତି । ଏହା ସହ ମନେରେଗା ଯୋଜନାରେ ମଜୁରୀ ବୃଦ୍ଧି ଭଳି 8 ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଗୁଣୁପୁର ତହସିଲଦାର ଫର୍ଣ୍ଣାଡିଜି ଏକାଙ୍କୁ ପ୍ରଦାନ କରାଯାଇଥିଲା । ଏ ସମସ୍ତ ଦାବିକୁ ତୁରନ୍ତ ଅନୁଧ୍ୟାନ କରି ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବାକୁ ଗୁଣପୁର ତହସିଲଦାର ପ୍ରତିଶ୍ରୁତି ଦେଇଥିଲେ ।
ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ