ରାୟଗଡା:ପ୍ରତିରକ୍ଷା ବିଭାଗକୁ ଘରୋଇକରଣ ପ୍ରତିବାଦରେ ସିପିଆଇ (ଏମଏଲ ) ପକ୍ଷରୁ ବିକ୍ଷୋଭ । ଏଆଇସିସିଟିସି, ସିଟୁ, ଏଆଇଟିୟୁସି , ଆଇଏନଟିୟୁସି ମିଳିତ ଶ୍ରମିକ ସଙ୍ଗଠନ ପକ୍ଷରୁ କେନ୍ଦ୍ର ସରକାର ପ୍ରତିରକ୍ଷା ବିଭାଗକୁ ଘରୋଇକରଣ କରିବା ପାଇଁ ଆଣିଥିବା କଳା ଆଇନକୁ ବାତିଲ କରିବା ଦାବି ନେଇ ଦେଶ ବ୍ୟାପି ପ୍ରତିବାଦ ସଭା କରାଯାଇଛି ।
ପ୍ରତିରକ୍ଷା ବିଭାଗକୁ ଘରୋଇକରଣ ପ୍ରତିବାଦରେ CPI ପକ୍ଷରୁ ବିକ୍ଷୋଭ - ସିପିଆଇ ପକ୍ଷରୁ ବିକ୍ଷୋଭ
ପ୍ରତିରକ୍ଷା ବିଭାଗକୁ ଘରୋଇକରଣ ପ୍ରତିବାଦରେ ସିପିଆଇ (ଏମଏଲ )ପକ୍ଷରୁ ବିକ୍ଷୋଭ । ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ । ଅଧିକ ପଢନ୍ତୁ...
![ପ୍ରତିରକ୍ଷା ବିଭାଗକୁ ଘରୋଇକରଣ ପ୍ରତିବାଦରେ CPI ପକ୍ଷରୁ ବିକ୍ଷୋଭ CPI protests against privatization of defense ministry](https://etvbharatimages.akamaized.net/etvbharat/prod-images/768-512-12554889-thumbnail-3x2-k.jpeg)
ପ୍ରତିରକ୍ଷା ବିଭାଗକୁ ଘରୋଇକରଣ ପ୍ରତିବାଦରେ ସିପିଆଇ ପକ୍ଷରୁ ବିକ୍ଷୋଭ
ପ୍ରତିରକ୍ଷା ବିଭାଗକୁ ଘରୋଇକରଣ ପ୍ରତିବାଦରେ ସିପିଆଇ ପକ୍ଷରୁ ବିକ୍ଷୋଭ
ରାୟଗଡା ରେଲୱେ ଷ୍ଟେସନ ଠାରୁ ତ୍ରିପତି ଗମାଙ୍ଗଙ୍କ ନେତୃତ୍ବରେ ମିଳିତ ଶ୍ରମିକ ସଙ୍ଗଠନ ପକ୍ଷରୁ ଏକ ଶୋଭାଯାତ୍ରା ବାହାରି କପିଳାସ ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା । ଏହାସହ ଏକ ପ୍ରତିବାଦ ସଭା କରାଯାଇଥିଲା । ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଆଇନ ଶୃଙ୍ଖଳା ଦୃଷ୍ଟିରେ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ପରିସରରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ