ରାୟଗଡା: 14 ଦଫା ଦାବି ନେଇ ସିପିଆଇ (ଏମଏଲ) ପକ୍ଷରୁ ଗୁଣୁପୁର ଠାରେ ବିକ୍ଷୋଭ ଓ ରାସ୍ତାରୋକ । ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାବି କରିଛନ୍ତି ଆନ୍ଦୋଳନକାରୀ ।
ଏଥିସହ 2020 ବିଦ୍ୟୁତ ବିଲକୁ ମଧ୍ୟ ବିରୋଧ କରିବା ସହ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି । କିଛି ସମୟ ପାଇ ଗୁଣପୁର ରାସ୍ତାରୋକ ମଧ୍ୟ କରିଥିଲେ ବିକ୍ଷୋଭକାରୀ । ତେବେ ସ୍ଥାନୀୟ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା ।