ଓଡିଶା

odisha

By

Published : Apr 20, 2021, 5:13 PM IST

ETV Bharat / state

କୋଭିଡ ମେଡିକାଲ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ୧୨ ଘଣ୍ଟା ଧରି ପଡିରହିଲା ମୃତଦେହ

କୋଭିଡ ମେଡିକାଲ କର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ 12 ଘଣ୍ଟା ପଡିରହିଲା ମୃତଦେହ । ଅଧିକ ପଢନ୍ତୁ....

କୋଭିଡ ମେଡିକାଲ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ , ୧୨ ଘଣ୍ଟା ଧରି ପଡିରହିଲା ମୃତଦେହ
କୋଭିଡ ମେଡିକାଲ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ , ୧୨ ଘଣ୍ଟା ଧରି ପଡିରହିଲା ମୃତଦେହ

ରାୟଗଡା: କୋଭିଡ ମେଡିକାଲ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ମେଡିକାଲ ପରିସରରେ 12 ଘଣ୍ଟା ପଡିରହିଲା ମୃତଦେହ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଜେକେପୁରରେ । ସେଠାରେ ଥିବା ସ୍ଥାନୀୟ କୋଭିଡ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ଏପର ସମସ୍ୟା ସୃଷ୍ଟି ହୋଇଛି । ତେବେ ପ୍ରଶାସନିକ ଉଦାସୀନତା ଯୋଗୁଁ ଏହିଭଳି ସ୍ଥିତି ଉପୁଜିଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନରତ କର୍ମଚାରୀ ।

କୋଭିଡ ମେଡିକାଲ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ , ୧୨ ଘଣ୍ଟା ଧରି ପଡିରହିଲା ମୃତଦେହ

ଘଟଣାରୁ ଜଣାପଡିଛି ଯେ, ଜେକେପୁରସ୍ଥିତ କୋଭିଡ ମେଡିକାଲରେ 4ର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ମେହନ୍ତର, ଆଟେଣ୍ଡାଣ୍ଟ ଓ ସୁରକ୍ଷା କର୍ମୀଙ୍କୁ ଦୈନିକ ୨୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ଘୋଷଣା ହୋଇଥିଲା। କରୋନା ପ୍ରଥମ ଲହରୀ ସମୟରେ ଏହି ଘୋଷଣା କରିଥିଲେ ରାଜ୍ୟ ସରକାର। ସେହିଭଳି ମୃତଦେହ ଶେଷକୃତ୍ୟ ସଂପନ୍ନ ପାଇଁ ପ୍ରତି ମୃତଦେହ ପାଇଁ ୨ ହଜାର ଟଙ୍କା ମଧ୍ୟ ଘୋଷଣା କରାଯାଇଥିଲା । ତେବେ କରୋନା ଦ୍ବିତୀୟ ଲହରୀ ଆରମ୍ଭ ହୋଇଥିଲାବେଳେ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ବିତିଯାଇଥିଲେ ସୁଦ୍ଧା ସେମାନଙ୍କ ପ୍ରାପ୍ୟ ମିଳିନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ 4ର୍ଥ ଶ୍ରେଣୀ ଅସ୍ଥାୟୀ କର୍ମଚାରୀମାନେ ବିଭିନ୍ନ ଦାବି ନେଇ ରାସ୍ତାକୁ ଓହ୍ଲାଇଛନ୍ତି । ଫଳରେ ମେଡିକାଲ ପରିସରରେ ରୋଗୀ ସେବା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ମେଡିକାଲ ପରିସରରେ ମୃତଦେହ 12 ଘଣ୍ଟା ପଡିରହିବା ଘଟଣାରେ ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନହିଁ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details