ଓଡିଶା

odisha

ETV Bharat / state

କାରାଗାରରେ ପଶିଲା କୋରୋନା, ଜେଲ ହେଲା କୋଭିଡ କେୟାର ସେଣ୍ଟର - ରାୟଗଡା ଜିଲ୍ଲାରେ କାରାଗାର କୋରୋନା

ରାୟଗଡା ଜିଲ୍ଲାରେ କାରାଗାରରେ ଏବେ କୋରୋନା ଆତଙ୍କ । ଶୁକ୍ରବାର 495 କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାୟଗଡା ଓ ଗୁଣପୁର ସବଜେଲରୁ 218 ପଜିଟିଭ ଚିହ୍ନଟ ହୋଇଛନ୍ତି ।

କାରାଗାରରେ ପଶିଲା କୋରୋନା,ଜେଲ ହେଲା କୋଭିଡ କେୟାର ସେଣ୍ଟର
କାରାଗାରରେ ପଶିଲା କୋରୋନା,ଜେଲ ହେଲା କୋଭିଡ କେୟାର ସେଣ୍ଟର

By

Published : Aug 28, 2020, 6:35 PM IST

ରାୟଗଡା: ସବଜେଲ ଓ ଗୁଣୁପୁର ସବଜେଲରେ ପଶିଲା କୋରୋନା । ଜେଲରେ କୋରୋନା ପଜିଟିଭ ଚିହ୍ନଟ ପରେ ଜିଲ୍ଲାପ୍ରଶାସନ ମୁଣ୍ଡବ୍ୟଥାର କାରଣ ପାଲଟିଛି । କାରାଗାର ପରିସରରେ କୋଭିଡ କେୟାର ସେଣ୍ଟର କରି ଚିକିତ୍ସା କରାଯାଉଛି ।

କାରାଗାରରେ ପଶିଲା କୋରୋନା,ଜେଲ ହେଲା କୋଭିଡ କେୟାର ସେଣ୍ଟର

ରାୟଗଡା ଜିଲ୍ଲାରେ ଶୁକ୍ରାବାର ସର୍ବାଧିକ 495 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସିଂହ ଭାଗ 218 କଏଦୀ ରାୟଗଡା ଓ ଗୁଣପୁର ଉପକାରାଗାରରୁ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇଦେଇଛି। ତେବେ ଏତେ ସଂଖ୍ୟାରେ କଏଦୀ ସଂକ୍ରମଣ ହେବାପରେ ଜିଲ୍ଲା ଜର୍ଜ ଚିତ୍ତରଞ୍ଜନ ଦାସଙ୍କ ନେତୃତ୍ବରେ ଜିଲ୍ଲାପାଳ, ଏସପିଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ଜେଲରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି। ଏନେଇ ଜିଲ୍ଲାପାଳ କହିଛନ୍ତି ରାୟଗଡ ସବ ଜେଲରେ 5 ଜେଲ କର୍ମଚରୀ ଓ 152 ବିଚାରାଧୀନ କଏଦୀ ଚିହ୍ନଟ ହୋଇଥିବାବେଳେ ସେହିଭଳି ଗୁଣୁପୁର ସବଜେଲରେ 61 ଜଣ ଅନ୍ତେବାସୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

କାରାଗାରରେ ପଶିଲା କୋରୋନା,ଜେଲ ହେଲା କୋଭିଡ କେୟାର ସେଣ୍ଟର

ପରିସ୍ଥିତିକୁ ଦେଖି ଜିଲ୍ଳା ପ୍ରଶାସନ ପକ୍ଷରୁ ରାୟଗଡା ଓ ଗୁଣୁପୁର ଜେଲ ପରିସର ମଧ୍ୟରେ ଦୁଇଟି କୋଭିଡ କେୟାର ସେଣ୍ଟର ଖୋଲିବା ସହ ସ୍ବତନ୍ତ୍ର ଡାକ୍ତରୀ ଦଳ ସହାୟତାରେ ଚିକିତ୍ସା ବ୍ୟବସ୍ଥା କରାଯାଇଛି । କୋରୋନା ନେଗେଟିଭି ଥିବା କଏଦୀଙ୍କ ପାଇଁ ଜେଲ ପରିସରରେ ସ୍ବତନ୍ତ୍ର ବନ୍ଦୋବସ୍ତ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ

ABOUT THE AUTHOR

...view details