ରାୟଗଡା: କୋରୋନା କଟକଣାକୁ ଦୃଷ୍ଟିରେ ରଖି କେବଳ ପୁରୀରେ ରଥଯାତ୍ରା ହେବ ଏବଂ ଅନ୍ୟ ସ୍ଥାନରେ ଜଗନ୍ନାଥଙ୍କ କେବଳ ନୀତିକାନ୍ତି ହେବ ନେଇ ରାଜ୍ୟ ସରକାର କଡା ନିର୍ଦ୍ଦେଶ ଜାରି କରିବା ସହ ଜିଲ୍ଲାପାଳଙ୍କୁ ଏ ଦିଗରେ କଠୋର ପଦକ୍ଷେପ ନେବାକୁ ନିର୍ଦ୍ଧେଶ ଜାରି କରିଥିଲେ । କିନ୍ତୁ, ରାୟଗଡା ଜିଲ୍ଲା ଗୁଣୁପୁରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ପ୍ରଶାସନର ନିର୍ଦ୍ଦେଶ ସତ୍ତ୍ବେ କିଛି ବ୍ୟକ୍ତି ଖୁଲମଖୁଲା ପ୍ରସାଦ ବିକ୍ରି ସହ ବାହାରେ ପୂଜାର୍ଚ୍ଚନା କରିବା ଦେଖିବାକୁ ମିଳିଥିଲା ।
144 ଧାରାକୁ ନାହିଁ ଖାତିର୍, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଉପଜିଲ୍ଲାପାଳ - rayagarh covid rules break
କୋରୋନା କଟକଣା ସହ 144 ଧାରାକୁ ଭକ୍ତଙ୍କ ଫୁ । ଖୋଲମଖୁଲା ଚାଲିଛି ପ୍ରସାଦ ବଣ୍ଟନ ଓ ଭକ୍ତଙ୍କ ଭିଡରେ ଦୁଲୁକୁଛି ଅଞ୍ଚଳ । କାର୍ଯ୍ୟାନୁଷ୍ଠାନ ପାଇଁ ଗୁଣୁପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ...
ଏନେଇ ଖବର ପାଇବା ପରେ ଗୁଣୁପୁର ଉପଜିଲ୍ଲାପାଳ ଜେ.ସୋନାଲ ଆଜି ଅଚାନକ ରଥଯାତ୍ରା ପଡିଆକୁ ଯାଇ ପ୍ରସାଦ ବିକ୍ରି କରୁଥିବା ପୂଜକ ଏବଂ ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗୁଣୁପୁର ଏସଡିପିଓ ଅଜୟ ବାରିକ ଏବଂ ଗୁଣୁପୁର ଆଦର୍ଶ ଥାନା ଅଧିକାରୀ ଯଶମନ୍ତ ହିଆଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଘୋଷ ଯାତ୍ରାକୁ ଦୃଷ୍ଟିରେ ରଖି ମନ୍ଦିର ପରିସରର ୫୦୦ ମିଟର ପରିଧି ମଧ୍ୟରେ ୧୪୪ ଧାରା ଜାରି କରିବା ସହ ବ୍ୟାପକ ପୋଲିସ ମୁତୟନ ଥିବା ସତ୍ତ୍ବେ କିଭଳି ଖୋଲା ମେଲାରେ କୋରୋନା କଟକଣାକୁ ନମାନି ପ୍ରସାଦ ବିକ୍ରି ସାଙ୍ଗକୁ ପୂଜା କରାଗଲା ତା’କୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ