ଓଡିଶା

odisha

ETV Bharat / state

କୋରୋନାରେ ମୃତକଙ୍କୁ ଛୁଇଁଲେନି ପରିବାର, ଅନ୍ତିମ ସଂସ୍କାର କଲେ ସଫେଇ କର୍ମଚାରୀ - woman deadbody cremated by cleaning workers

ଚିକିତ୍ସାଧୀନ ଅବସ୍ଥାରେ କୋରୋନାରେ ପ୍ରାଣ ହରାଇଥିବା ମହିଳାଙ୍କ ମୃତଦେହକୁ ଛୁଇଁଲେନି ପରିବାର । ଅନ୍ତିମ ସଂସ୍କାର କଲେ ସଫେଇ କର୍ମଚାରୀ । ଅଧିକ ପଢନ୍ତୁ...

କୋରୋନାରେ ମୃତକଙ୍କୁ ଛୁଇଁଲେନି ପରିବାର, ମୃତଦେହ ଦାହ କଲେ ସଫେଇ କର୍ମଚାରୀ
କୋରୋନାରେ ମୃତକଙ୍କୁ ଛୁଇଁଲେନି ପରିବାର, ମୃତଦେହ ଦାହ କଲେ ସଫେଇ କର୍ମଚାରୀ

By

Published : May 26, 2021, 8:14 AM IST

ରାୟଗଡା:କୋରୋନାରେ ଦିନକୁ ଦିନ ଅକାଳରେ ଝଡି ପଡୁଛନ୍ତି ଲୋକେ । ପରିବାର ଓ ସମ୍ପର୍କୀୟ ମୃତ ବ୍ୟକ୍ତିଙ୍କ ପାଖ ମଧ୍ୟ ମାଡୁ ନାହାନ୍ତି । ଏପରିକି ବିଭିନ୍ନ ଗାଁରେ ମୃତକ ପରିବାରକୁ ସମାଜିକ ବାସନ୍ଦ ଭଳି ଘୃଣ୍ୟ ପ୍ରଥାର ଶିକାର ହେବାକୁ ପଡୁଛି । ଫଳରେ ପରିବାର ଲୋକେ ନିଜ ଲୋକଙ୍କୁ ହରାଇ ଯେତିକି ଦୁଃଖ ପାଉଛନ୍ତି ତାହା ଠାରୁ ସାମାଜିକ ବାସନ୍ଦ ଭଳି ବ୍ୟବହାର ସେହି ଦୁଃଖକୁ ଦ୍ବିଗୁଣିତ କରୁଛି । ଏଭଳି ଏକ ଘଟଣା ଗୁଣପୁର ମେଡିକାଲ ପରିସରରେ ଦେଖିବାକୁ ମିଳିଛି ।

କୋରୋନାରେ ମୃତକଙ୍କୁ ଛୁଇଁଲେନି ପରିବାର, ମୃତଦେହ ଦାହ କଲେ ସଫେଇ କର୍ମଚାରୀ

ସୂଚନାଯୋଗ୍ୟ, ଗତ ସୋମବାର ରାତ୍ର ପଦ୍ମପୁରର ନାଗମା ଶବର ନାମକ ଜଣେ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଶରୀରରେ ଅମ୍ଲଜାନ କମିଯିବା ଯୋଗୁଁ ଗୁରୁତର ଅବସ୍ଥାରେ ସେ ଗୁଣପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ନାଗମାର ମଙ୍ଗଳବାର ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ପରିବାର ଲୋକ ତାଙ୍କ ଅନ୍ତିମ ସଂସ୍କାର କରିବା କିମ୍ବା ଛୁଇଁବାକୁ ଅମଙ୍ଗ ହୋଇଥିଲେ । ଫଳରେ ମୃତଦେହଟି ମେଡିକାଲ ପରିସରରେ ପଡି ରହିଥିଲା । ଏହାପରେ ମେଡିକାଲ ନିରୀକ୍ଷକ ରମେଶ ଚନ୍ଦ୍ର ସାହୁ ଘଟଣା ସମ୍ପର୍କରେ ସ୍ଥାନୀୟ ପୌରସଂସ୍ଥାକୁ ଅବଗତ କରିଥିଲେ । ଖବର ପାଇଁ ପୌରସଂସ୍ଥା ଟିମ୍ ଲିଡର ସୁରେଶ ମିଶ୍ରଙ୍କ ନେତୃତ୍ବରେ ଚିନୁ, ବିଜୟ କୁମାର, ସାବିନ, ରାମବାବୁ ଭଳି କିଛି ସଫେଇ କର୍ମଚାରୀଙ୍କୁ ନେଇ ବଂଶଧାରା ନଦୀତଟରେ ନାଗମାଙ୍କ ଅନ୍ତିମ ସତ୍କାର କରିଯାଇଥିଲା ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details