ରାୟଗଡା: କୋରୋନା ମହମାରୀକୁ ନେଇ ଲୋକଙ୍କୁ ସଚେତନ କରିବ ସଚେତନତା ରଥ । ଏ ନେଇ ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୋଭିଡ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର ।
ବର୍ତ୍ତମାନ ସହରରୁ ଗାଁ ମୁହାଁ ହୋଇଛି କୋରୋନା । ଗାଁମାନଙ୍କରେ ସଂକ୍ରମଣ ହାର ବଢିବାରେ ଲାଗିଛି । ଏ ନେଇ ଗାଁ ଲୋକଙ୍କ ମଧ୍ୟରେ ସଚେତନତା ଆବଶ୍ୟକତା ରହିଛି । ସଂକ୍ରମଣ ବୃଦ୍ଧି ପାଇଥିବାରୁ ଜନ ସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ UNICEF ତରଫରୁ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି, ଲୋକ ସମ୍ପର୍କ ବିଭାଗ ଦ୍ବାରା ସଚେତନତା ରଥ ପରିଚାଳିତ ହୋଇଛି ।