ରାୟଗଡା: ଜେକେପୁର ଇଏସଆଇସି ପରିସରରେ ଶହେ ଶଯ୍ୟା ବିଶିଷ୍ଟ କୋଭିଡ଼୍ ହସ୍ଟିଟାଲ କାର୍ଯ୍ୟକ୍ଷମ ହୋଇଛି। ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମ ଏହି ହସ୍ପିଟାଲର ଉଦଘାଟନ କରିଛନ୍ତି ।
ଏହି ହସ୍ପିଟାଲରେ ଆଇସିୟୁ ଓ ଭେଣ୍ଟିଲେଟର୍ ସୁବିଧା ନଥିବା ବେଳେ କେବଳ ଅକ୍ସିଜେନର ସୁବିଧା ରହିଛି । ଜରୁରୀ ପରିସ୍ଥିତିରେ ରୋଗୀଙ୍କୁ ବ୍ରହ୍ମପୁର, କୋରାପୁଟ କିମ୍ବା ଭୁବନେଶ୍ବର ପଠାଯିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିବା କହିଛନ୍ତି ଜିଲ୍ଲାପାଳ । ରାୟଗଡ଼ାରେ ବର୍ତ୍ତମାନ ସୁଦ୍ଧା କୌଣସି ପଜିଟିଭ୍ ଚିହ୍ନଟ ହୋଇନଥିବା ବେଳେ ୧୦୬ଟି ସ୍ବାବ ସଂଗ୍ରହ କରି ପରୀକ୍ଷଣ ପାଇଁ ପଠାଯାଇଛି। ସେଥିମଧ୍ୟରୁ ୯୦ଟି ସ୍ବାବ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ୧୬ଟି ସ୍ବାବର ପରୀକ୍ଷଣ ରିପୋର୍ଟ ଆସିପାରିନି।