ରାୟଗଡା: ଶନିବାର ଅତିରିକ୍ତ ଦୌରା ଜର୍ଜ କୋର୍ଟ ଉଦଘାଟନ ହୋଇଛି । ରାୟଗଡା ଜିଲ୍ଲା ବିଷମକଟକ ଠାରେ ସିଭିଲ ଜର୍ଜ ତଥା ଅତିରିକ୍ତ ଦୌରା ଜର୍ଜ କୋର୍ଟକୁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି କଳ୍ପେସ ସତ୍ୟାନ୍ଦ୍ର ଜାଭେରୀ ଭିଡିଓ କନଫରେନ୍ସି ଜରିଆରେ ଉଦଘାଟନ କରିଛନ୍ତି ।
ଏହି ଅବସରରେ 2ଜଣ ହାଇକୋର୍ଟ ବିଚାରପତି ସି ଆର ଦାସ ଓ ଏକେ ମିଶ୍ର ଉପସ୍ଥିତ ଥିଲେ । ତେବେ ଏହି ଅବସରରେ ବିଷମକଟକ ପ୍ରଥମ ସିଭିଲ ଜର୍ଜ ତଥା ଅତିରିକ୍ତ ଦୌରା ଜର୍ଜ ଭାବେ ବିଚାରପତି ସୁଷମା ସ୍ବାଇଁ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହି ଅବସରରେ ରାୟଗଡା ଜିଲ୍ଲା ଜର୍ଜ ସୋମ ଶେଖର ଜେନା, ଅତିରିକ୍ତ ଜିଲ୍ଲା ଜର୍ଜ ଅଜୟ କୁମାର ଜେନା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାସ, ଗୁଣୁପୁର ଉପଜିଲ୍ଲାପାଳ ଡ. ବି ଏସ ବନ୍ଦର, ମୁନିଗୁଡା ଏସଡିପିଓ ଶେଖର ହୋତା ସମେତ ବିଷମ କଟକ ଓ ଗୁଣୁପୁର ଓକିଲ ସଂଘର ସମସ୍ତ ଓକିଲ ଉପସ୍ଥିତ ଥିଲେ।