ରାୟଗଡା: ରାୟଗଡା ଚାନ୍ଦିଲିରେ ପୋଲିସ ଭ୍ୟାନ ଉଡାଇବା ମାମଲା । ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହେଲେ ମାଓନେତା ସବ୍ୟସାଚୀ ପଣ୍ଡା । ଏହା ସହ ପୂର୍ବରୁ ଅନ୍ୟ 3ଟି ମାମଲାରେ ମଧ୍ୟ ପ୍ରମାଣ ଅଭାବରୁ ସବ୍ୟସାଚୀଙ୍କୁ ଖଲାସ ହୋଇଛନ୍ତି ।
୨୦୦୨ରେ ଚାନ୍ଦିଲି ପୋଲିସ ଭ୍ୟାନ ଉଡାଇବା ମାମଲାରେ କୋର୍ଟ 17ଜଣ ସାକ୍ଷ୍ୟ ଗ୍ରହଣ କରିଥିଲେ । ହେଲେ ଉପଯୁକ୍ତ ପ୍ରମାଣ ଅଭାବରୁ କୋର୍ଟ ତାଙ୍କୁ ଖଲାସ କରିଛନ୍ତି । ତେବେ ଶୁକ୍ରବାର କଡା ସୁରକ୍ଷା ମଧ୍ୟରେ ସବ୍ୟସାଚୀଙ୍କୁ କୋର୍ଟରେ ହାଜର କରାଯାଇଥିଲା । ମାମଲାର ଶୁଣାଣି ପରେ ତାଙ୍କୁ ପୁଣି ଥରେ ବ୍ରହ୍ମପୁର ମଣ୍ଡଳ କାରଗାରକୁ ପଠେଇ ଦିଆଯାଇଛି ।