ରାୟଗଡା: ଆଗକୁ ସାରା ଦେଶରେ ଆରମ୍ଭ ହେବ କୋରୋନା ଟିକାକରଣ । ଏନେଇ କେତେକ ଜିଲ୍ଲାରେ ଏହାର ଡ୍ରାଏ ରନ ବି ଆରମ୍ଭ ହୋଇଯାଇଛି । କୋରୋନା ଟିକାକରଣ ପାଇଁ ରାୟଗଡ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
କୋରୋନା ଟିକାକରଣ ପାଇଁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମକ ଡ୍ରିଲ କରାଯାଇଛି । ଏଥିପାଇଁ ପ୍ରଥମେ ଟିକାଧାରୀଙ୍କୁ ଅନଲାଇନ କିମ୍ବା ଅଫଲାଇନରେ ନାଁ ପଞ୍ଜିକରଣ କରିବାକୁ ପଡିବ । ଏହା ପରେ ଧାର୍ଯ୍ୟ ତାରିଖ ଦିନ ମେସେଜରେ ସୂଚନା ଦିଆଯିବ । ସୂଚନା ପାଇବା ମାତ୍ରେ ସମ୍ପୃକ୍ତ ଟିକା କେନ୍ଦ୍ରକୁ ନିଜ ପରିଚୟ ପତ୍ର ସହ ଆସି ଟିକା ନେଇାପାରିବେ । ଟିକା ନେବାର 30 ମିନିଟ୍ ପର୍ଯ୍ୟନ୍ତ ଡାକ୍ତରଙ୍କ ଅବର୍ଜବେସନରେ ରିହବେ ।