ଓଡିଶା

odisha

ETV Bharat / state

ରାୟଗଡାରେ ବଢୁଛି କୋରୋନା ସଂକ୍ରମଣ ମାମଲା

ଶନିବାର ରାୟଗଡା ଜିଲ୍ଲାରେ 136ଟି ନୂଆ କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1461କୁ ପହଞ୍ଚିଛି ।

ରାୟଗଡାରେ ବଢୁଛି କୋରୋନା ସଂକ୍ରମଣ ମାମଲା
ରାୟଗଡାରେ ବଢୁଛି କୋରୋନା ସଂକ୍ରମଣ ମାମଲା

By

Published : Aug 8, 2020, 9:22 PM IST

ରାୟଗଡା: ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଶନିବାର ରାୟଗଡା ଜିଲ୍ଲାରେ 136ଟି ନୂଆ କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1461କୁ ପହଞ୍ଚିଛି । ଏନେଇ ପିଡିଡିଆରଡିଏ ଅମୃତ ଋତୁରାଜ ସୂଚନା ଦେଇଛନ୍ତି ।

ରାୟଗଡାରେ ବଢୁଛି କୋରୋନା ସଂକ୍ରମଣ ମାମଲା

ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଗୁଡାରି ବ୍ଲକରୁ-50 ଜଣ, କଲ୍ୟାଣି ସିଙ୍ଗପୁର ବ୍ଲକରୁ 30ଜଣ, ରାମନାଗୁଡା ବ୍ଲକରୁ 42 ଜଣ, ରାୟଗଡ ସହରାଞ୍ଚଳରୁ 9ଜଣ, ଗୁଣପୁରରୁ 2ଜଣ, କାଶୀପୁର ବ୍ଲକରୁ 2ଜଣ ଏବଂ ଚନ୍ଦ୍ରପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ରାମନାଗୁଡା ସ୍ଥିତ ଆଇଆରବି ଫୋର୍ସର 40 ଜଣ, ସିଆରପିଏଫର 7 ଜଣ, 5 ଜଣ ଗୁଡାରି ପୋଲିସ ରହିଥିବା ବେଳେ ସମସ୍ତେ କଣ୍ଟେନମେଣ୍ଟ ଜନରୁ ଚିହ୍ନଟ ହୋଇଥିବା ଜଣାପଡିଛି।

ଅନ୍ୟପଟେ ଗୁଡାରି ସହରାଞ୍ଚଳରେ ଅଧିକ ମାତ୍ରାରେ ଏକ୍ଟିଭ ସର୍ଭେଲେନ୍ସ, କଣ୍ଟାକ୍ଟ ଟ୍ରେସିଂ ଜୋରଜାର କରାଯାଇଛି । ଚିହ୍ନଟ ମାନଙ୍କୁ ଚିକିତ୍ସା ନିମନ୍ତେ ବିଭିର୍ଣ୍ଣ କୋଭିଡ ସେଣ୍ଟରକୁ ପଠା ଯାଇଛି । ବାର୍ତ୍ତମାନ ଜିଲ୍ଲାରେ 16ଶହ ରୋଗୀଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା ରହିଥିବା ଅମୃତ ଋତୁରାଜ କହିଛନ୍ତି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details