ଓଡିଶା

odisha

ETV Bharat / state

ନିୟମଗିରିରେ ପଶିଲା କୋରୋନା, ସ୍ବାସ୍ଥ୍ୟକର୍ମୀ ନାକେଦମ: ମେଡିସନ ଖାଉନାହାନ୍ତି, ଲୁଚି ପଳାଉଛନ୍ତି - ନିୟମଗିରି କୋଭିଡ ସେଣ୍ଟର ରାୟଗଡା

ରାୟଗଡା ସ୍ଥିତ ନିୟମଗିରିରେ ସ୍ବାସ୍ଥ୍ୟକର୍ମୀଙ୍କୁ ନାକେଦମ କରୁଛନ୍ତି ଆକ୍ରାନ୍ତ । କିଏ କୋଭିଡ ସେଣ୍ଟରରୁ ଲୁଚି ପଳାଇଯାଉଛି ତ ଆଉ କିଏ ମେଡିସିନ୍ ଖାଇବାକୁ ନାରାଜ । ଅଧିକ ପଢନ୍ତୁ...

ସ୍ବାସ୍ଥ୍ୟକର୍ମୀଙ୍କୁ ନାକେଦମ କରୁଛନ୍ତି କୋରୋନା ଆକ୍ରାନ୍ତ: ମେଡିସନ ଖାଉନାହାନ୍ତି, ଲୁଟି ପଳାଉଛନ୍ତି
ସ୍ବାସ୍ଥ୍ୟକର୍ମୀଙ୍କୁ ନାକେଦମ କରୁଛନ୍ତି କୋରୋନା ଆକ୍ରାନ୍ତ: ମେଡିସନ ଖାଉନାହାନ୍ତି, ଲୁଟି ପଳାଉଛନ୍ତି

By

Published : May 16, 2021, 7:14 AM IST

Updated : May 16, 2021, 11:51 AM IST

ରାୟଗଡା: ଜିଲ୍ଲା ସ୍ଥିତ ନିୟମଗିରିରେ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛନ୍ତି କୋରୋନା ପଜେଟିଭ । କଲ୍ୟାଣ ସିଙ୍ଗପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତରୁ 3 ଜଣ ଏବଂ ପାର୍ଶାଲି ପଞ୍ଚାୟତ ନିରୁଗୁଣ୍ଡିରୁ ଜଣେ, ପାକିରିରୁ ଜଣେ ବୁଡୁଣିରୁ ଜଣେ ମୋଟ 6 ଜଣ ଚିହ୍ନଟ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ 4 ଜଣ ମହିଳା ଏବଂ 2 ଜଣ ପୁରୁଷ ବୋଲି ଜଣାପଡ଼ିଛି । ଚିହ୍ନଟ ଚାରିଜଣ ମହିଳାଙ୍କ ମଧ୍ୟରୁ ଜଣେ ଗର୍ଭବତୀ ରହିଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ପ୍ରସବ ହେବା ପରେ ତାଡ଼ମା ସ୍ଥିତ କୋଭିଡ ସେଣ୍ଟରକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା । ପରବର୍ତ୍ତୀ ସମୟରେ ସେ ସେଠାରୁ ଲୁଚି ଚାଲି ଯାଇଥିବା ଜଣାପଡ଼ିଛି । ଅପରପକ୍ଷେ ଅନ୍ଧ ବିଶ୍ଵାସର ବଶବର୍ତ୍ତୀ ହୋଇ ନିୟମଗିରି ଅଞ୍ଚଳର ଚିହ୍ନଟ ଅନ୍ୟ 5 ଜଣ ମେଡ଼ିସିନ ବ୍ୟବହାର କରିବାକୁ ମନା କରୁଥିବାରୁ ହରଡଘଣାରେ ପଡିଯାଇଛନ୍ତି ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ ଅଧିକାରୀ ଏବଂ କର୍ମଚାରୀ । ଔଷଧ ଖାଇବାକୁ ଯେତେ ବୁଝାଇଲେ ସୁଧା ଅବୁଝା ହେଉଛନ୍ତି କୋରୋନା ଆକ୍ରାନ୍ତ । ସେପଟେ ଆକ୍ରାନ୍ତ ହସ୍ପିଟାଲରୁ ଲୁଚି ଚାଲିଯିବା ଘଟଣା କୋଭିଡ ସେଣ୍ଟରର ସୁରକ୍ଷା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : May 16, 2021, 11:51 AM IST

ABOUT THE AUTHOR

...view details