ରାୟଗଡା: ଯାହା ଆଶଙ୍କା କରାଯାଉଥିଲା ତାହା ସତ୍ୟ ପ୍ରମାଣିତ ହୋଇଛି । ରାୟଗଡା ଜିଲ୍ଲା ନିୟମଗିରି ଅଞ୍ଚଳରେ ରହୁଥିବା ବିରଳ ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କୁ ମହାମାରୀ କୋରୋନା ଏବେ କବଳିତ କରିଛି । ନିୟମରଜାର ବିଶ୍ୱାସରେ ପରିଚାଳିତ ହୋଇଥିବା ଏହି ନିରୀହ ଆଦିମ ଜନଜାତି ସମ୍ପ୍ରଦାୟର ଲୋକେ ମହାମାରୀ ସଂକ୍ରମଣର ଶିକାର ହୋଇଛନ୍ତି । ଗତ ୧୮ ତାରିଖରେ ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ କୁର୍ଲ୍ଲୀ ପଞ୍ଚାୟତର ଗନ୍ଦିଲି ଗ୍ରାମରେ ଜଣେ ଡଙ୍ଗରିଆ ଯୁବକ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନର ତତ୍ପରତା ଦେଖିଦେଇଥିଲା ।
ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା, ବିଷମ କଟକ ବ୍ଲକ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ଗନ୍ଦିଲି ଗ୍ରାମରେ ପହଞ୍ଚି ବୋହୁ ବୁଝାସୁଝା ପରେ ମୋଟ 62 ଲୋକଙ୍କ ସ୍ୱାବ ନୁମାନ ସଂଗ୍ରହ କରାଯାଇଥିଲା । ତେବେ ଏଥି ମଧ୍ୟରୁ ଉକ୍ତ ଗ୍ରାମରେ 46 ଜଣ ବ୍ୟକ୍ତିଙ୍କ ନମୂନା କୋରୋନା ପଜିଟିଭ ଥିବା ବେଳେ ସେଥିରୁ ପୁରୁଷ 17 ଓ 2 ଗର୍ଭବତୀ ସହ 29ଜଣ ମହିଳା ରହିଥିବା ଜଣା ପଡ଼ିଛି। କେବଳ ଗନ୍ଦିଲି ନୁହଁ ସେହି ପଞ୍ଚୟତର ହୁତେସୀ, ଖମ୍ବେସୀକୁ ମିଶାଇ 56 ଜଣ ଏବନ ପରସାଲି ପାଞ୍ଚାୟତ ଅନ୍ତର୍ଗତ ପାକେରୁ, କଡ୍ରାକାବଣ୍ଡେଲି, ବୁଡୁଣୀ ଏବଂ ତେବାପଡା ଗ୍ରାମରେ 51 ଜଣ ଆକ୍ରାନ୍ତ ହୋଇଛନ୍ତି ।