ଓଡିଶା

odisha

ETV Bharat / state

କୋରୋନା ନେଇ ସଚେତନ କଲେ ରେଳ ସୁରକ୍ଷା ବାହିନୀ

କୋରୋନାକୁ ନେଇ ରାୟଗଡା ରେଳ ଷ୍ଟେସନରେ ଯାତ୍ରୀଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିଲେ ସୁରକ୍ଷା ବାହିନୀ । ଅଧିକ ପଢନ୍ତୁ...

କାରୋନାକୁ ନେଇ ସଚେତନ କଲେ ରେଳ ସୁରକ୍ଷା ବାହିନୀ
କାରୋନାକୁ ନେଇ ସଚେତନ କଲେ ରେଳ ସୁରକ୍ଷା ବାହିନୀ

By

Published : Apr 15, 2021, 10:00 PM IST

ରାୟଗଡା: ମହାମାରୀ କୋରୋନାର ଦ୍ୱିତୀୟ ଲହର ଧିରେ ଧୀରେ ଉପର ମୁହାଁ ହେବାରେ ଲାଗିଛି । ଜିଲ୍ଲାରେ ସଂକ୍ରମିତଙ୍କ ତାଲିକା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜନଗହଳିପୂର୍ଣ୍ଣ ସ୍ଥାନଗୁଡିକରେ ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ସାମାଜିକ ଦୂରତା ସହିତ ମାସ୍କ ପରିଧାନ ପାଇଁ ସଚେତନତା ବାର୍ତ୍ତା ପ୍ରଦାନ କରାଯାଉଛି ।

କାରୋନାକୁ ନେଇ ସଚେତନ କଲେ ରେଳ ସୁରକ୍ଷା ବାହିନୀ

ମାତ୍ର ଚିନ୍ତା ବଢାଉଛନ୍ତି ରେଳଯାତ୍ରୀ । ରାୟଗଡା ଜିଲ୍ଲା ସଦର ମହକୁମାରୁ ସାରା ଦେଶକୁ ରେଳ ମାଧ୍ୟମରେ ଗମନାଗମନର ସୁବନ୍ଦୋବସ୍ତ ଥିବାବେଳେ ମହାରାଷ୍ଟ୍ର , କେରଳ, ଛତିଶଗଡ, ଗୁଜୁରାଟ ଭଳି ରାଜ୍ୟରେ କରାଲ ରୂପ ଧରିଛି କୋରୋନା । ଏହି ପରିପ୍ରେକ୍ଷୀରେ ରାୟଗଡା ରେଳ ଷ୍ଟେସନରେ ସୁରକ୍ଷାବଳ ଓ ରେଳବାଇ ପୋଲିସ ପକ୍ଷରୁ ଯାତ୍ରୀଙ୍କୁ ସଚେତନତା କରିବା ପାଇଁ ପୋଷ୍ଟର ଓ ବ୍ୟାନର ମାଧ୍ୟମରେ ଷ୍ଟେସନ ପରିକ୍ରମା କରି ରେଳଯାତ୍ରୀଙ୍କୁ କୋଭିଡ ନିୟମ ଅନୁପାଳନ କରିବାକୁ ଆଜି (ଗୁରୁବାର) ଠାରୁ ଆରମ୍ଭ ହୋଇଛି ଅଭିଯାନ ।

କୋରୋନାରୁ ଦୂରେଇ ରହିବା ପାଇଁ ମାସ୍କ ପରିଧାନ ସହ ଅତିକମରେ ୬ଫୁଟ ସାମାଜିକ ଦୂରତା ଅବଲମ୍ବନ କରିବାକୁ ଯାତ୍ରୀମାନଙ୍କୁ ସଚେତନ କରିଛନ୍ତି ଉଭୟ ସୁରକ୍ଷାବଳ । ପ୍ଲାଟଫର୍ମରେ ରେଳ ସୁରକ୍ଷା ବାହିନୀ ସମସ୍ତ ଅଧିକାରୀ ଓ କର୍ମଚାରୀ ଷ୍ଟେସନରେ ବିଭିନ୍ନ ରାଜ୍ୟରୁ ଆସୁଥିବା ଯାତ୍ରୀ ଏବଂ ବିଭିନ୍ନ ରାଜ୍ୟକୁ ଯାଉଥିବା ଯାତ୍ରୀଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details