ଓଡିଶା

odisha

By

Published : May 25, 2023, 10:15 AM IST

ETV Bharat / state

ରାୟଗଡା କ୍ରୀଡା ସଂସଦ ନିର୍ବାଚନକୁ ନେଇ କେଁ, ସମାଧାନ କରିବ କୋର କମିଟି

କ୍ରୀଡା ସଂସଦ ନିର୍ବାଚନ ବିବାଦକୁ ସମାଧାନ ଲାଗି ଗଠିତ ହେଲା କୋର କମିିଟି । କ୍ରୀଡାବିତଙ୍କୁ ନେଇ ଗଠନ ହୋଇଛି ଏହି କମିଟି । ଅଧିକ ପଢନ୍ତୁ

athletic association election
athletic association election

athletic association election

ରାୟଗଡା: ଜିଲ୍ଲା କ୍ରୀଡା ସଂସଦ ନିର୍ବାଚନକୁ ନେଇ ଘନଉଛି ବିବାଦ । ସମାଧାନ ପାଇଁ କ୍ରୀଡାବିତଙ୍କୁ ନେଇ ଗଠନ ହେଲା କୋର କମିଟି । ଜିଲ୍ଲାପାଳଙ୍କ ଅଧକ୍ଷତାରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଏବଂ କ୍ରୀଡାବିତଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହେବା ପରେ କୋର କମିଟି ଗଠନ ହୋଇଛି । ଜିଲ୍ଲାର ସମସ୍ତ ବ୍ଲକରେ ରହୁଥିବା ରାଜ୍ୟ, ଜାତୀୟ ଏବଂ ଅନ୍ତର୍ଜାତୀୟ ଖେଳାଳି, ଖେଳ ପ୍ରେମୀ ଓ ଖେଳ ସହାୟକଙ୍କୁ ନେଇ ପରିଷଦ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ରାୟଗଡ଼ା ଜିଲ୍ଲା କ୍ରୀଡ଼ା ସଂସଦ ନିର୍ବାଚନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ନେଇ ଗତ ଦିନରେ ବିବାଦ ଦେଖା ଦେଇଥିଲା । ଯାହାର ସମାଧାନ କରିବା ପାଇଁ କୋର କମିଟି ଗଠନ ହୋଇଛି ।

କୋର କମିଟି ଜିଲ୍ଲା କ୍ରୀଡ଼ା ସଂସଦ ନିର୍ବାଚନ ବିବାଦର ସମାଧାନ, କ୍ରୀଡ଼ା ସଂସଦ ପାଇଁ ସଭ୍ୟ ସଂଗ୍ରହ ଏବଂ ନୂତନ କର୍ମକର୍ତ୍ତା ନିର୍ବାଚନ କରିବା । ଆସନ୍ତା 5 ଦିନ ମଧ୍ୟରେ କୋର କମିଟି ଏନେଇ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଏହି କମିଟିରେ ଜିଲ୍ଲା କ୍ରିଡା ଅଧିକାରୀ ଏସ.କେ ଆଲିନୁରଙ୍କ ସମେଟ ମୋଟ 22 ଜଣ ସଦସ୍ୟ ରହିଛନ୍ତି ।

ସୂଚନା ଅନୁଯାୟୀ, ଦୀର୍ଘ ୧୯ ବର୍ଷ ପରେ ଜିଲ୍ଲାପାଳ ସ୍ଵଧା ଦେବ ସିଂଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଆଥଲେଟିକ୍ ଆସୋସିଏସନର ସାଧାରଣ ବୈଠକରେ ନୂତନ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ସଦସ୍ୟତା ଏବଂ ସଦସ୍ୟତା ଫର୍ମ ସମ୍ବନ୍ଧୀୟ ବିଜ୍ଞପ୍ତି ଜିଲ୍ଲାର ୨ଟି ମ୍ୟୁନିସିପାଲଟି, ଗୋଟିଏ ଏନଏସି ଏବଂ ୧୧ଟି ବ୍ଳକରେ ଜିଲ୍ଲା ସ୍ତରୀୟ କ୍ରୀଡା ସଂସଦର ନିର୍ବାଚନ ପାଇଁ କୌଣସି ବିଜ୍ଞପ୍ତି ପ୍ରକାଶ କରିନଥିଲେ । ବରଂ ଜିଲ୍ଲା ସଦର ମହକୁମାରେ କିଛି ଖେଳାଳିଙ୍କୁ ନେଇ ସଭ୍ୟ ତାଲିକା ଠାରୁ ଆରମ୍ଭ କରି ଜିଲ୍ଲା କ୍ରୀଡା ସଂସଦର ନିର୍ବାଚନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସାରିଥିଲେ । ଏପରିକି ଏହି ତାଲିକାରେ ପୃଷ୍ଠ ପୋଷକ ସଦସ୍ୟ ବା ଆଜୀବନ ସଦସ୍ୟଙ୍କୁ ଯୋଡ଼ା ଯାଇନଥିଲା ।

ରାୟଗଡା ଜିଲ୍ଲା ଏକ ଆଦିବାସୀ ବହୁଳ ଅଞ୍ଚଳ । ଆଜିର ଯୁବପିଢିଙ୍କ ମଧ୍ୟରେ ଅନେକ ଆଦିବାସୀ ବର୍ଗର କ୍ରୀଡାବିତମାନେ ରହିଛନ୍ତି । ସେମାନେ ଭଲିବଲ, କବାଡି, ଖୋକୋ, ଭାରୋତ୍ତୋଳନ, ବାସ୍କେଟବଲ, ଦୌଡ ଆଦି ପ୍ରତିଯୋଗିତାରେ ସଫଳତା ମଧ୍ୟ ପାଇଛନ୍ତି । ଏଭଳି କ୍ରୀଡାବିତଙ୍କୁ ଜିଲ୍ଲା କ୍ରୀଡା ସଂସଦରେ ସ୍ଥାନ ନ ଦିଆଯାଇ ଅଣକ୍ରୀଡାବିତଙ୍କୁ ଜିଲ୍ଲା କ୍ରୀଡା ସଂସଦରେ ସଭ୍ୟ ଭାବେ ଚୟନ କରିବାକୁ ଗତ ଦିନରେ ତୀବ୍ର ବିରୋଧ ପ୍ରକାଶ ପାଇଥିଲା । ତରବରିଆ ଭାବେ ଗତ 21 ତାରିଖରେ ଜିଲ୍ଲା କ୍ରୀଡା ସଂସଦର ବିଭିନ୍ନ ପଦବୀ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଜିଲ୍ଲା ସ୍ତରରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏହାପରେ ଜିଲ୍ଲାପାଳଙ୍କ ଚିଠି ସଂଖ୍ୟା 2179 ମୁତାବକ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ତେବେ ଆସନ୍ତା 5 ଦିନ ମଧ୍ୟରେ ଏହି କୋର କମିଟି ବସି ନିର୍ବାଚନ ସମନ୍ଧୀୟ କାର୍ଯ୍ୟ ଖସଡା ତିଆରି କରିବା ପରେ ନିର୍ବାଚନ ହେବ ବୋଲି କହିଛନ୍ତି ଭାରପ୍ରାପ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details