ଓଡିଶା

odisha

ETV Bharat / state

ଗୁଣପୁର ପୌର ପରିଷଦରେ ପରିମଳ ଟେଣ୍ଡର ପ୍ରଦାନରେ ଅନିୟମିତତା - ରାୟଗଡ଼ାରେ ଟେଣ୍ଡର ଫିକ୍ସିଂ

ଜିଲ୍ଲା ଗୁଣପୁର ପୌର ପରିଷଦରେ ପରିମଳ ଟେଣ୍ଡର ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ପୌର ପରିଷବ କର୍ତ୍ତୃପକ୍ଷ ଟେଣ୍ଡର ଫିକ୍ସିଂ କରି ନିର୍ଦ୍ଦିଷ୍ଟ ଜଣେ ଠିକାଦାରଙ୍କୁ ଅନୁକମ୍ପା ପ୍ରଦାନ କରଯାଇଛି । ଅଧିକ ପଢ଼ନ୍ତୁ...

ଗୁଣପୁର ପୌର ପରିଷଦରେ ପରିମଳ ଟେଣ୍ଡର ପ୍ରଦାନରେ ଅନିୟମିତତା
ଗୁଣପୁର ପୌର ପରିଷଦରେ ପରିମଳ ଟେଣ୍ଡର ପ୍ରଦାନରେ ଅନିୟମିତତା

By

Published : Nov 8, 2021, 7:53 AM IST

ରାୟଗଡ଼ା:ଜିଲ୍ଲା ଗୁଣପୁର ପୌର ପରିଷଦରେ ପରିମଳ ଟେଣ୍ଡର ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ପୌର ପରିଷଦ କର୍ତ୍ତୃପକ୍ଷ ଟେଣ୍ଡର ଫିକ୍ସିଂ କରି ନିର୍ଦ୍ଦିଷ୍ଟ ଜଣେ ଠିକାଦାରଙ୍କୁ ଅନୁକମ୍ପା ପ୍ରଦାନ କରଯାଇଛି । ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଲେବର ସୋସାଇଟି ଠିକା ସଂସ୍ଥା ପକ୍ଷରୁ ଏହି ଅଭିଯୋଗ କରାଯାଇଛି । ଏହା ବିରୁଦ୍ଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ନେଇ ସୂଚନା ଦେଇଛି ଏହି ସଂସ୍ଥା । ପୌର ପରିଷଦ ନିର୍ବାହୀ ଅଧିକାରୀ ସମସ୍ତ ନିୟମ କାନୁନକୁ ଅଣଦେଖା କରି ଏହି ଟେଣ୍ଡର ଫିକ୍ସିଂ କରିଥିବା ଅଭିଯୋଗ କରାଯାଇଛି ।

୨୦୨୧– ୨୨ ଆର୍ଥିକ ବର୍ଷରେ ଗୁଣପୁର ସହରରେ ସଫେଇ କାର୍ଯ୍ୟ ପାଇଁ ଗତ ଅକ୍ଟୋବର ୭ ତାରିଖରେ ବିଜ୍ଞାପନ ପ୍ରକାଶ ପାଇଥିଲା । ଉକ୍ତ ବିଜ୍ଞାପନ ପ୍ରକାଶ ପାଇବା ପରେ ୧୧ ବି ସଂସ୍ଥା ଓ ଠିକାଦାର ଟେଣ୍ଡରରେ ଭାଗ ନେଇଥିଲେ । ସେଥିମଧ୍ୟରୁ ୭ଜଣ ଟେକ୍ନିକାଲ ବିଡରେ କଟିଯାଇଥିଲେ ଆଉ ବାକି ୪ ଜଣ ଫାଇନାନ୍ସସିଆଲ ବିଡ୍‌ ପାଇଁ ଚୟନ ହୋଇଥିଲେ । ଫାଇନାନ୍ସସିଆଲ ବିଡରେ ୱିନର ସକ୍ୟୁରିଟି, ମଞ୍ଜୁ ସର୍ଭିସେସ୍ ଏବଂ ସବ୍ୟସାଚୀ ମହାକୁଲକୁ କାଟି ଆଶିଷ ପଟ୍ଟନାୟକଙ୍କୁ ଏହି ଟେଣ୍ଡର ପାଇଥିବା ଘୋଷଣା ହୋଇଥିଲା ।

ଗୁଣପୁର ପୌର ପରିଷଦରେ ପରିମଳ ଟେଣ୍ଡର ପ୍ରଦାନରେ ଅନିୟମିତତା

ତେବେ ଟେକ୍ନିକାଲ ବିଡରେ ଆଶିଷ ପଟ୍ଟନାୟକ ୧୦ ହଜାର ଟଙ୍କାର ଡ୍ରାଫ୍ଟ ପ୍ରଦାନ କରିନଥିବା ୱିନର ସିକ୍ୟୁରିଟି ପକ୍ଷରୁ ଅଭିଯୋଗ ହୋଇଛି । ଏଠିକି ମାତ୍ର ୧ ଟଙ୍କା ଲାଭ ପାଇଁ ସେ ଟେଣ୍ଡର ନେଇଥିବା ଉଲ୍ଲେଖ ରହିଛି । ଏହା ହାସ୍ୟସ୍ପଦ କଥା ବୋଲି ୱିନ ସିକ୍ୟୁରିଟିର ମାଲିକ ରବିନ୍ଦ୍ର ପାଣିଗ୍ରାହୀ କହିଛନ୍ତି । ଏଭଳି ଯେଉଁ ସାମଗ୍ରୀ ଗୁଡ଼ିକ ପରିମଳ କାର୍ଯ୍ୟରେ ବ୍ୟବହାର ହେବ ତାହାର ସମ୍ପୂର୍ଣ୍ଣ ତଥ୍ୟ ମଧ୍ୟ ପ୍ରଦାନ କରାଯାଇନାହିଁ । ମାତ୍ର ଟଙ୍କାଟିଏ ଲାଭ ପାଇଁ ଟେଣ୍ଡର ପକାଇବା ଗ୍ରହଣ ଯୋଗ୍ୟ ନୁହଁ ବୋଲି ସେ ଅଭିଯୋଗ କରିଛନ୍ତି ।

ଟେଣ୍ଡର ନିୟମରେ ସ୍ପଷ୍ଟ ଭାବେ ଏହିସବୁ କଲ୍ଲେଖ ରହିଛି । ପୂର୍ବବର୍ଷ ମଧ୍ୟ ସେହି ଠିକାଦାର ପରିମଳ ଟେଣ୍ଡର ପାଇଥିଲେ । ସେହି ପରିମଳ କାର୍ଯ୍ୟରେ ନିୟୋଜିତ ମେହନ୍ତର ଓ ଅନ୍ୟ କର୍ମଚାରୀଙ୍କ ଇପିଏଫ ଏବଂ ଇଏସଆଇ ଅର୍ଥ ଠିକ ଭାବେ ପ୍ରଦାନ କରିନଥିବା ବେଳେ ବ୍ୟାଙ୍କ୍‌ ଆକାଉଣ୍ଟ ଜରିଆରେ ସେମାନଙ୍କ ଦରମା ମଧ୍ୟ ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି ।

ଏହାସତ୍ତ୍ବେ ଚଳିତ ଥର ତାଙ୍କୁ ଅହେତୁକ ଅନୁକମ୍ପା ଦେଖାଇଛନ୍ତି ଗୁଣପୁର ପୌର ପରିଷଦ ଅଧିକାରୀ, ସହକାରୀ ଯନ୍ତ୍ରୀ । ବାର୍ଷିକ ୧ କୋଟିରୁ ଅଧିକ ଟଙ୍କାର ଏହି ଟେଣ୍ଡର ପ୍ରକ୍ରିୟା ସରକାରଙ୍କ ନିୟମ ମୁତାବକ ହୋଇନଥିବା ଅଭିଯୋଗ ହୋଇଛି । ଗତ ଅକ୍ଟୋବର ୩୧ ତାରିଖରେ ଜିଲ୍ଲାପାଳଙ୍କ ନିକଟରେ ଏହାକୁ ନେଇ ଅଭିଯୋଗ କରାଯାଇଛି । ଜିଲ୍ଲାପାଳ ଏହାର ତଦନ୍ତ କରିବା ପାଇଁ ଗୁଣପୁର ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅନିୟମିତତା ପଛରେ ରାଜନୈତିକ ପ୍ରୋତ୍ସାହନ ରହିଥିବା ଅଭିଯୋଗ ହୋଇଛି । ଯଦି ଟେଣ୍ଡର ବାତିଲ କରି ପୁନର୍ବାର ଟେଣ୍ଡର କରାନଯାଏ ତେବେ ଏହି ଦୁର୍ନୀତି ବିରୁଦ୍ଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ଠିକା ସଂସ୍ଥା ଚେତାବନୀ ଦେଇଛି ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details