ରାୟଗଡା:ତୈଳ ଦର ବୃଦ୍ଧି ପ୍ରତିବାଦରେ ସାରା ଓଡିଶାରେ କଂଗ୍ରେସ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ, ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଦଳ ପକ୍ଷରୁ ତୈଳ ଦର ବୃଦ୍ଧିକୁ ଜୋରଦାର ପ୍ରତିବାଦ କରାଯାଇଛି ।
ବୁଧବାର ଦିନ ରାୟଗଡା ଜିଲ୍ଲା କଂଗ୍ରେସ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥାଳି ବଜାଇ ପ୍ରତିବାଦ କରିଛି କଂଗ୍ରେସ । ଏହି ଅଭିନବ ଉପାୟରେ ତୈଳ ଦର ବୃଦ୍ଧି ବିରୋଧରେ ପ୍ରତିବାଦ କରିଛି ରାୟଗଡା ଜିଲ୍ଲା କଂଗ୍ରେସ କମିଟି । ଜିଲ୍ଲା ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କ ସହ କଂଗ୍ରେସ କର୍ମୀମାନେ ଶଗଡରେ ବାହାରି ସହର ପରିକ୍ରମା କରି ତୈଳ ଦର ବୃଦ୍ଧିର ପ୍ରତିବାଦ କରିଥିଲେ ।