ରାୟଗଡା: ପରୀ ହତ୍ୟାକାଣ୍ଡ ଓ ରାୟଗଡା ବିଜେଡି ନେତା ମନ୍ତ୍ରୀଙ୍କ ରତ୍ନ ପଥର କାରବାର ପ୍ରସଙ୍ଗ ନେଇ ଆନ୍ଦୋଳନ ତୀବ୍ର କରିବେ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା । ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ରାଜ୍ୟରେ ନାରୀ ନିର୍ଯ୍ୟାତନା ଓ ଶିଶୁ ନିର୍ଯ୍ୟାତନା, ଅପହରଣ ବଢ଼ି ବଢ଼ି ଚାଲିଛି । ଏହାକୁ ସରକାର ରୋକ ଲଗାଇବା ପରିବର୍ତ୍ତେ ନିଜେ ସଂପୃକ୍ତ ରହି ଅରାଜକତାର ରାଜ ଚଲେଇଛନ୍ତି । ଏହାର ଜ୍ବଳନ୍ତ ଉଦାହରଣ ହେଉଛି ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣା ।
ସେହିପରି ପ୍ରାକୃତିକ ସମ୍ପଦରେ ଭରପୁର ରାୟଗଡା ଜିଲ୍ଲାର ଜଣେ ବିଜେଡି ମନ୍ତ୍ରୀ ଓ ନେତାଙ୍କ ନାମରେ ରତ୍ନ ପଥର କାରବାରରେ ସମ୍ପୃକ୍ତି ଥିବା ଅଭିଯୋଗ ହେଉଛି । ତେଣୁ ତୁରନ୍ତ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଅରୁଣ ସାହୁ ଓ ଜଗନ୍ନାଥ ସାରକାଙ୍କୁ ଦଳରୁ ବହିଷ୍କାର କରନ୍ତୁ ନଚେତ ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଗୁଣୁପୁର ଗସ୍ତରେ ଆସିଥିବା କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଦାବୀ କରିଛନ୍ତି ।