ଓଡିଶା

odisha

ETV Bharat / state

ତେଜିବାରେ ଲାଗିଛି ଅଭିବକ୍ତ କୋରାପୁଟରେ କଂଗ୍ରେସର ଗୋଷ୍ଠୀ କନ୍ଦଳ - କୋରାପୁଟରେ କଂଗ୍ରେସର ଗୋଷ୍ଠୀକନ୍ଦଳ

ନିଜ ସ୍ଥିତି ମଜବୁତ କରିବା ପାଇଁ ସପ୍ତଗିରି ଉଲ୍ଲାକା ଓ ତାରା କରୁଛନ୍ତି ଗୋଟି ଚାଳନା । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିଜ ସ୍ଥିତି ବଜାଇ ରଖିବା ପାଇଁ ଚାଲିଛି ପ୍ରୟାସ । ଅଧିକ ପଢ଼ନ୍ତୁ

ନିର୍ବାଚନ ପୂର୍ବରୁ ଚାଲିଛି ଅଙ୍କକଷା
ନିର୍ବାଚନ ପୂର୍ବରୁ ଚାଲିଛି ଅଙ୍କକଷା

By

Published : Jun 19, 2023, 7:27 AM IST


ରାୟଗଡା: ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସର ନୂତନ ସଭାପତି ଚୟନ ପରେ ଦଳରେ ଦେଖାଯାଇଛି ଗୋଷ୍ଠୀ କନ୍ଦଳ । ଏହାକୁ ନେଇ ଏବେ କଂଗ୍ରେସର ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଗୋଟିଏ ଗୋଷ୍ଠୀ ତୀବ୍ର ଅସନ୍ତୋଷ ପ୍ରକାଶ କରି ଦିଲ୍ଲୀ ଅଭିମୁଖେ ବାହାରିଥିବା ସୂଚନା ରହିଛି । ଏହି ଗୋଷ୍ଠୀ କନ୍ଦଳ ଆଗାମୀ ୨୦୨୪ ନିର୍ବାଚନର ବଡଧରଣର ପ୍ରଭାବ ପକାଇବ ବୋଲି ରାଜନୀତିଜ୍ଞ ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି । ଏପରି କନ୍ଦଳ ପାଇଁ ଗତ ୨୦୧୯ ନିର୍ବାଚନରେ ରାଜ୍ୟରେ ରାୟଗଡା ବିଧାନସଭା ଆସନରୁ ଲୋକେ କାହାକୁ ଭରସା କରିନପାରି ସବୁ ଦଳୀୟ ପ୍ରାର୍ଥୀଙ୍କୁ ପଛରେ ପକାଇ ସ୍ୱାଧିନ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଧାୟକ ଭାବେ ବିଧାନସଭାକୁ ପଠାଇଥିଲେ ।

ବର୍ତ୍ତମାନ ଅବିଭକ୍ତ କୋରାପୁଟ ଜିଲ୍ଳାର ଜୟପୁର ବିଧାୟକ ତାରା ବାହିନୀପତି ଓ କୋରାପୁଟ ସାଂସଦ ସପ୍ତଗିରୀ ଉଲ୍ଲାକାଙ୍କ ତିକ୍ତତା ଲୋକଲୋଚନାକୁ ଆସିଛି । ଜୟପୁର ବିଧାୟକ ତାରା ବାହିନୀପତିଙ୍କ ସମର୍ଥକ ତଥା ପୂର୍ବତନ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝିଙ୍କ ନେତୃତ୍ୱରେ ଏକ ଟିମ୍ ଦିଲ୍ଲୀ ଯାଇଥିବା ସୂଚନା ମିଳିଛି । ଯାହାକି ଦଳର ଅନ୍ତଃକନ୍ଦଳକୁ ନିଆଁରେ ଘିଅ ସଦୃଶ୍ୟ ହୋଇଛି । ଏହି ଦିଲ୍ଲୀ ଗସ୍ତରେ ଯାଇଥିବା ନେତୃବୃନ୍ଦଙ୍କ ମଧ୍ୟରେ ପୂର୍ବତନ ଯୁବ ସଭାପତି ଭବାନୀ ଜେନା, କୋରାପୁଟ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁକାନ୍ତ ପଟ୍ଟନାୟକ, ବୋରିଗୁମ୍ମା ବ୍ଳକ କଂଗ୍ରେସ ସଭାପତି ଅଶୋକ ଗନ୍ତାୟତ, ଜୟପୁର ପୌରଧ୍ୟକ୍ଷ ନରୀ ମହାନ୍ତି, ୨୩ ଜଣ ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟା, ୧୨ ବ୍ଲକ୍ ସଭାପତି, ୨ ବ୍ଲକ ଅଧ୍ୟକ୍ଷ ଦିଲ୍ଲୀ ଯାଇଥିବା କଂଗ୍ରେସ ପକ୍ଷରୁ ସୂଚନା ରହିଛି ।

ସେପଟେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ବାସଭବନରେ ନବ ନିର୍ବାଚିତ କଂଗ୍ରେସ ନେତା ଓ କର୍ମୀଙ୍କୁ ନେଇ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ନୂତନ ଭାବେ ପ୍ରଦେଶ କମିଟିର ସାଧାରଣ ସଂପାଦକ ଦୁର୍ଗା ପ୍ରସାଦ ପଣ୍ଡା ଓ ଜିଲ୍ଲା କଂଗ୍ରେସ କମିଟିର ନୂତନ ସଭାପତି ବିଜୟ ଗମାଙ୍ଗଙ୍କୁ ସାଂସଦ ସପ୍ତଗିରି ସମ୍ବର୍ଦ୍ଧିତ କରିଥିଲେ । ରଥଯାତ୍ରା ପରେ ନୂତନ ସଭାପତି ବିଜୟ ଗମାଙ୍ଗକୁ ନେଇ ବଡ ଧରଣର କାର୍ଯ୍ୟକ୍ରମ ଆୟୋଜନ କରି ଦଳ ସାଧରଣ ଜନତାଙ୍କ ପାଖରେ ପହଞ୍ଚିବ ବୋଲି ଉଲ୍ଲାକା ପ୍ରକାଶ କରିଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏବେ ଠାରୁ ପ୍ରସ୍ତୁତିପର୍ବ ଆରମ୍ଭ କରିବାକୁ ଜିଲ୍ଲାର ବରିଷ୍ଠ ନେତା ଓ କର୍ମୀଙ୍କୁ ସପ୍ତଗିରି ଉଲ୍ଲାକା ଆହ୍ୱାନ ଦେଇଥିଲେ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିଜ ସ୍ଥିତି ବଜାଇ ରଖିବା ପାଇଁ ଉଭୟ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଏବଂ ଜୟପୁର ବିଧାୟକ ତାରାପ୍ରସାଦ ବାହୀନପତି ନିଜ ନିଜ ସମର୍ଥକଙ୍କୁ ଧରି ଗୋଟି ଚାଳନା ଆରମ୍ଭ କରି ଦେଇଛନ୍ତି ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details