ରାୟଗଡା:ରବି ସରି ଖରିଫ ଋତୁ ଆସିଲାଣି । ହେଲେ ଜିଲ୍ଲାରେ ହୋଇ ପାରିନାହିଁ ଧାନ ବିକ୍ରି । ଚାଷି ମଣ୍ଡିକୁ ଦୌଡିଦୌଡି ନୟାନ୍ତ ହେଲେଣି । ହେଲେ ଧାନ କିଣିବାର ନା ନେଉନାହିଁ ଜିଲ୍ଲା ପ୍ରଶାସନ । ଏବେ ଧାନ ବସ୍ତାକୁ ଚାହିଁ ଚାହିଁ ଚାଷି ଚିନ୍ତାରେ ପଡିଛି ଚାଷୀ । ଏଭଳି ପରିସ୍ଥିତିରେ ପ୍ରଶାସନ ଟାଷିଙ୍କୁ ସହଯୋଗର ହାତ ବଢାଇବା ପାଇଁ ରାୟଗଡା ଜିଲ୍ଲା କିଶାନ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।
ରବି ଋତୁର ବଳକା ଧାନକୁ ମଇ 1 ରୁ ଜୁନ୍ 30 ତାରିଖ ମଧ୍ୟରେ ଚାଷିଙ୍କ ଧାନକୁ କ୍ରୟ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲା ବେଳେ ଚାଷି ରବୁ ଋତୁର ଧାନ ବିକ୍ରି କରିପାରୁନି । ପ୍ରଶାସନ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଲେ ଜିଲ୍ଲା କିଶାନ କଂଗ୍ରେସ ପକ୍ଷରୁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛି । ଏନେଇ ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗାପ୍ରସାଦ ପଣ୍ଡାଙ୍କ ନେତୃତ୍ବରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।