ଓଡିଶା

odisha

ETV Bharat / state

ରାୟଗଡା ପୋଲିସକୁ ସଫଳତା, କଂକ୍ରିଟ୍‌ ମିକ୍ସଚର ମେସିନ ଚୋର ଦଳ ଗିରଫ - Rayagada crime news

ରାୟଗଡା ଜିଲ୍ଲା ଟିକିରି ଥାନା ପୋଲିସକୁ ବଡ ସଫଳତା । କଙ୍କ୍ରିଟ ମିକଚର ମେସିନ ଏବଂ ଜେନେରେଟର ଚୋରି କରିବା ଅଭିଯୋଗରେ 7 ଜଣ ଗିରଫ । ଅଧିକ ପଢନ୍ତୁ...

ରାୟଗଡା ପୋଲିସକୁ ସଫଳତା, କଂକ୍ରିଟ୍‌ ମିକ୍ସଚର ମେସିନ ଚୋର ଦଳ ଗିରଫ
ରାୟଗଡା ପୋଲିସକୁ ସଫଳତା, କଂକ୍ରିଟ୍‌ ମିକ୍ସଚର ମେସିନ ଚୋର ଦଳ ଗିରଫ

By

Published : Oct 10, 2020, 7:26 AM IST

Updated : Oct 10, 2020, 7:32 AM IST

ରାୟଗଡା: ଟିକିରି ଥାନା ପୋଲିସକୁ ମିଳିଛି ବଡ ସଫଳତା । 7 ଜଣିଆ କଙ୍କ୍ରିଟ ମେସିନ ଏବଂ ଜେନେରେଟର ଚୋର ଦଳକୁ ଠାବ କରି ଗିରଫ କରିଛି ଟିକିରି ପୋଲିସ । ଚୋରି ମେସିନ ଜବତ ।

ରାୟଗଡା ପୋଲିସକୁ ସଫଳତା, କଂକ୍ରିଟ୍‌ ମିକ୍ସଚର ମେସିନ ଚୋର ଦଳ ଗିରଫ

ଗୁରୁବାର ରାତିରେ କୌଣସି ସୁତ୍ରରୁ ଖବର ପାଇ ଟିକିରି ପୋଲିସର ଏକ ଟିମ କାଶିପୁର ଆଡରୁ ଟିକିରିକୁ ଆସୁଥିବା ଗୋଟିଏ ପିକ୍ଅପ ଭ୍ୟାନକୁ ସନ୍ଦେହରେ ଅଟକାଇଥିଲେ । ପୋଲିସକୁ ଦେଖି ଗାଡି ଛାଡି ଦୌଡି ପଳାଇବା ସମୟରେ ସେମାନଙ୍କ ମଧ୍ୟରୁ ଦୁଇଜଣକୁ କାବୁ କରିଥିଲା ପୋଲିସ । ସେମାନଙ୍କୁ ପଚରାଉଚାର କରିବା ପାଇଁ ଥାନାକୁ ଆଣି ତଦନ୍ତ କରିବା ପରେ ଏହା ଚୋରି ମେସିନ ବୋଲି ଜଣାପଡିଥିଲା ।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଗୋରଖପୁର ଗାଁର କୌନ ମାଝି, ରାଜେଶ ସାହୁ, ମୁସଳୀ ନାୟକ , କୃଷ୍ଣ ମାଝି, ଚେନ୍ଦୁ ମାଝି, ଡୁୟାଲ ଗାଁର ଗୁଣାନିଧି ନାୟକ ଏବଂ ବଡମାରିଭଟ୍ଟା ଗାଁର ଭାଗ୍ୟଧର ନାୟକ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Oct 10, 2020, 7:32 AM IST

ABOUT THE AUTHOR

...view details