ରାୟଗଡା: ପୌର ନିର୍ବାଚନ ପାଇଁ ସରଗରମ ସହରାଞ୍ଚଳ ରାଜନୀତି । ରାୟଗଡା ପୌର ପରିଷଦ ନିର୍ବାଚନ ପାଇଁ ଶେଷ ହେଲା ପ୍ରାର୍ଥୀପତ୍ର ଯାଞ୍ଚ । ରାୟଗଡା ପୌରାଞ୍ଚଳରେ ୨୪ଟି ୱାର୍ଡ ଥିବାବେଳେ କାଉନସିଲର ପଦବୀ ନିମନ୍ତେ ମୋଟ ୯୪ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ମୁତାବକ ଗତକାଲି(ବୁଧବାର) ପୌର ନିର୍ବାଚନରେ କାଉନସିଲର ଓ ପୌରାଧ୍ୟକ୍ଷ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଯାଞ୍ଚ ହୋଇଛି ।
ସୂଚନାନୁସାରେ, ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୁଧବାର ଅପରାହ୍ନ ୧୧ଟାରୁ ପ୍ରାର୍ଥୀ ପତ୍ର ଯାଞ୍ଚ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ରାୟଗଡା ପୌରାଞ୍ଚଳରେ ୨୪ଟି ୱାର୍ଡ ରହିଥିବାବେଳେ କାଉନସିଲର ପଦବୀ ପାଇଁ ମୋଟ ୯୪ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ବିଜେପି, ବିଏସପି, ଆପ୍ ଓ ନବ ନିର୍ମାଣ ଶ୍ରମିକ ଦଳ ସମେତ ସ୍ୱାଧୀନ ପ୍ରାର୍ଥୀ କାଉନସିଲର ସକାଶେ ନାମାଙ୍କନ ଦାଖଲ କରିଥିବା ସୂଚନା ରହିଛି ।