ଓଡିଶା

odisha

ETV Bharat / state

ନକ୍ସଲି ଇଲାକାରେ କୁମ୍ବିଂ ଅପରେସନ, ଯାଞ୍ଚ ହେଉଛି ଯାନବାହାନ

ଦିନକ ପରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ଏ ନେଇ ସୁରକ୍ଷା ଦୃଷ୍ଟିରୁ ଅଭିବକ୍ତ କୋରାପୁଟ ଜିଲ୍ଲାରେ ହାଇଆଲର୍ଟ କରିଛି ପୋଲିସ ପ୍ରଶାସକ। ଓଡିଶା-ଆନ୍ଧ୍ର ସୀମାନ୍ତରେ ବ୍ଲକିଙ୍ଗ କରିବା ସହ ରାୟଗଡା ଜିଲ୍ଲାର ନକ୍ସଲ ଅଧ୍ୟୁଷିତ ଜିଲ୍ଲାରେ କୁଂମ୍ବି ଅପରେସନ ଜୋରଦାର କରାଯାଇଛି।

By

Published : Apr 10, 2019, 3:11 AM IST

Updated : Apr 10, 2019, 8:12 AM IST

ଫଟୋ ସୌଜନ୍ୟ-ସମ୍ବାଦଦାତା, ରାୟଗଡା

ରାୟଗଡା: ଦିନକ ପରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ଏପେଟ ମଙ୍ଗଳବାର ସନ୍ଧ୍ୟାରେ ମାଲକାନଗିରି ସୀମାନ୍ତ ଛତିଶଗଡ ଦନ୍ତେୱାଡା ଜିଲ୍ଲାରେ ବିଜେପି ବିଧାୟକ ପ୍ରାର୍ଥୀ ଭୀମା ମାଣ୍ଡବୀଙ୍କୁ ନକ୍ସଲ ହତ୍ୟା କରିବା ସହ 5 ଜଣ ଯବାନ ଶହୀଦ ହୋଇଛନ୍ତି। ଏ ନେଇ ସୁରକ୍ଷା ଦୃଷ୍ଟିରୁ ଅଭିବକ୍ତ କୋରାପୁଟ ଜିଲ୍ଲାରେ ହାଇଆଲର୍ଟ କରିଛି ପୋଲିସ ପ୍ରଶାସକ। ଓଡିଶା-ଆନ୍ଧ୍ର ସୀମାନ୍ତରେ ପୋଲିସ ପକ୍ଷରୁ ବ୍ଲକିଙ୍ଗ କରିବା ସହ ରାୟଗଡା ଜିଲ୍ଲାର ନକ୍ସଲ ଅଧ୍ୟୁଷିତ ଜିଲ୍ଲାରେ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି ।

ତେବେ ଜେକେପୁର ଅମଲାପଡା ଛକରେ କିଭଳି ଚାଲିଛି ଯାଞ୍ଚ ପ୍ରକ୍ରିୟା ସେ ନେଇ ଉପସ୍ଥିତ ଏସଏସବିର ୟୁନିଟ ହେଡ୍‌ ଦିନେଶ କୁମାରଙ୍କ ସହ ଆଲୋଚନା କରିଛନ୍ତି ଆମ ରାୟଗଡା ସମ୍ବାଦଦାତା।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ରାୟଗଡା

ଜିଲ୍ଲାର ବିଭିନ୍ନ ପ୍ରବେଶ ପଥ ସାଙ୍ଗକୁ ବଡ ବଡ ସହର ଗୁଣୁପୁର, ରାୟଗଡା, ଜେକେପୁର , ଥମଲାଭୟଟ୍ଟା ଆଦି ଅଞ୍ଚଳରେ ସୀମା ସଶସ୍ତ୍ର ବାହିନୀ ଯବାନଙ୍କ ଦ୍ବାରା ବ୍ଲକଏଟେ କରାଯାଇଛି । ଏଠାରେ ଦୁଇ ଚକିଆଠାରୁ ଆରମ୍ଭ କରି ଚାରି ଚକିଆ ଯାନବାହନ ଗୁଡିକୁ ଯାଞ୍ଚ ହେଉଛି । ଏଥିସହ ପ୍ରବେଶ ପଥ ଦେଇ ଯାଉଥିବା ସମସ୍ତ ଗାଡି ଗୁଡିକ ଉପରେ ରଖାଯାଉଛି କଡା ନଜର। ହେଲେ ବିଡମ୍ବନାର ବିଷୟ ଏଠାରେ କେହି ଲୋକାଲ ପୋଲିସ ନଥିବା ଜଣାପଡିଛି ।


ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Apr 10, 2019, 8:12 AM IST

ABOUT THE AUTHOR

...view details