ଓଡିଶା

odisha

ETV Bharat / state

କୋରୋନା ସଚେତନତା ପାଇଁ ବସ ସଫା କଲେ ଜିଲ୍ଲାପାଳ - corona awareness

କୋରୋନା ସଚେତନତା । ବସ ସଫାକରି ଉଦାହରଣ ସୄଷ୍ଟି କଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ.....

collector clean the bus
ବସ ସଫା କଲେ ଜିଲ୍ଲାପାଳ

By

Published : Mar 20, 2020, 7:23 PM IST

ରାୟଗଡା: ମହାମାରୀ କରୋନାକୁ ନେଇ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଶୁକ୍ରବାର ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଅଚାନକ ରାୟଗଡା ବସଷ୍ଟାଣ୍ଡ ଯାଇ ସରକାରୀ ବସକୁ ଫିନାଇଲ ଏବଂ ଲାଇଜଲରେ ନିଜେ ସଫା କରିଥିଲେ । ଏହାକୁ ଦେଖି ଷ୍ଟାଣ୍ଡରେ ଥିବା ଅନ୍ୟ ବସ ଗୁଡିକର କର୍ମଚାରୀମାନେ ମଧ୍ୟ ନିଜ ନିଜର ବସ ଗୁଡିକୁ ସଫା କରିଥିଲେ । ପରେ ଜିଲ୍ଲାପାଳ ସେଠାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଯାତ୍ରୀଙ୍କୁ ଲିଫଲେଟ ବାଣ୍ଟି ସଚେତନ କରିଥିଲେ ।

ବସ ସଫା କଲେ ଜିଲ୍ଲାପାଳ

ତେବେ ଏନେଇ ଇଟିଭିକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା । ସେ କହିଛନ୍ତି ଶୁକ୍ରବାର ଠାରୁ ଯଦିଓ ୧୪୪ ଧାରା ଉଛେଦ କରାଯାଇଛି ତଥାପି ଓଡ଼ିଶା ରେଗୁଲେସନ କୋଭିଡ ୨୦୧୯ ଲାଗୁ କରାଯାଇଛି । ଏଥିରେ କେହି ଖିଲାଫ କଲେ ଦୄଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details