ରାୟଗଡା: ବିଭିନ୍ନ ପ୍ରସଙ୍ଗକୁ ନେଇ ଜିଲ୍ଲା ଅମଲା ସଂଘର ବିକ୍ଷୋଭ ପ୍ରଦର୍ଶନ । ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ସ୍ଥାୟୀ କରିଥିବା ଯୋଗୁଁ ଜିଲ୍ଲା ଅମଲା ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ ଜଣାଇବା ସହ ରାଜ୍ୟ ସରକାର କାର୍ଯ୍ୟରତ ଅମଲାଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବା ଘଟଣାକୁ ତୀବ୍ର ନିନ୍ଦା କରିଛି ସଂଘ ।
ରାୟଗଡା ଜିଲ୍ଲା ଅମଲା ସଂଘର ଜିଲ୍ଲା ସମ୍ପାଦକ ଗୋପୀନାଥ ରାଉତଙ୍କ ସଭାପତିତ୍ୱରେ ଗୁଣୁପୁର ଉପଖଣ୍ଡର ସମସ୍ତ ଅମଲାଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଦ୍ୟ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ସ୍ଥାୟୀ କରିଥିବା ଯୋଗୁଁ ଜିଲ୍ଲା ଅମଲା ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଧନ୍ୟାବାଦ ଜ୍ଞାପନ କରାଯାଇଥିଲା । ଏହାସହ ରାଜ୍ୟ ଏବଂ ଜିଲ୍ଲାରେ କାର୍ଯ୍ୟରତ ଅମଲାଙ୍କ ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ଘଟଣାକୁ ତୀବ୍ର ନିନ୍ଦା କରିଥିଲେ । ଜିଲ୍ଲାର ସମସ୍ତ ସ୍ନାତକ ଡିଗ୍ରୀଧାରୀଙ୍କୁ ତୁରନ୍ତ 9300ଟଙ୍କା ଦରମା ସହ 4200 ଗ୍ରେଡ଼ ପେ ପ୍ରଦାନ କରିବାକୁ ଦାବି କରିଛନ୍ତି ଏବଂ ଚଳିତ ମାସ 15 ତାରିଖ ରେ ରାଜ୍ୟ ସରକାରଙ୍କୁ ଏ ବାବଦରେ ଏକ ସ୍ମାରକ ପତ୍ର ଏବଂ 27 ତାରିଖରେ ରାଜଧାନୀରେ ବିଶାଳ ସମାବେଶ କରିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।
ଏହା ମଧ୍ୟ ପଢନ୍ତୁ: Himachal Assembly Poll: ହିମାଚଳରେ ସରିଲା ନିର୍ବାଚନୀ ପ୍ରଚାର, କାଲି ପଡିବ ଭୋଟ