ଓଡିଶା

odisha

ETV Bharat / state

କାଶିପୁରରେ ପୁଣିଥରେ କଲେରା ଆତଙ୍କ - ପୁଣିଥରେ ଲେଉଟିଛି ମହାମାରୀ କଲେରା

ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକରେ ୪୦୦ରୁ ଉର୍ଦ୍ଧ୍ବ ହଇଜାରେ ଆକ୍ରାନ୍ତ ହୋଇଥିବା ବେଳେ ୧୩ ଜଣଙ୍କର ମୃତ୍ୟୁ ଘଟିଛି।ସେପଟେ ଡେଙ୍ଗାଗୁଡା ଗ୍ରାମର ୧୦ଜଣ ଆକ୍ରାନ୍ତ ହୋଇ ଟିକିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଅଧିକ ପଢନ୍ତୁ

CHOLERA VIRAL IN KASHIPUR AT RAYAGADA
କାଶିପୁରରେ ପୁଣିଥରେ କଲେରା ଆତଙ୍କ

By

Published : Aug 19, 2022, 10:31 PM IST

ରାୟଗଡ଼ା:କାଶିପୁର ବ୍ଲକରେ ପୁଣିଥରେ ଲେଉଟିଛି ମହାମାରୀ କଲେରା । ଗତ କିଛି ଦିନ ପୂର୍ବରୁ ପ୍ରାୟ ୪୦୦ରୁ ଉର୍ଦ୍ଧ୍ବ ହଇଜାରେ ଆକ୍ରାନ୍ତ ହୋଇଥିବା ବେଳେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । କିଛିଦିନର ବ୍ୟବଧାନ ପରେ ରାଜ୍ୟରେ ଦେଖାଦେଇଥିବା ଲଘୁଚାପଜନିତ ବର୍ଷା ଯୋଗୁଁ ପୁଣି ଥରେ ଲେଉଟିଛି କଲେରା । କାଶିପୁର ବ୍ଲକ ଡୁଡୁକାବାହାଲ ପଞ୍ଚାୟତ ଅନ୍ତର୍ଗତ ଡେଙ୍ଗାଗୁଡା ଗ୍ରାମର ୧୦ଜଣ ଆକ୍ରାନ୍ତ ହୋଇ ଟିକିରି ପ୍ରାଥମକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଏନେଇ ସରକାରୀ ହିସାବରେ ମୃତ୍ୟୁ ସଂଖ୍ୟା ୧୦ ରହିଥିବା ଜଣାପଡିଛି ।

କାଶିପୁରରେ ପୁଣିଥରେ କଲେରା ଆତଙ୍କ

ତେବେ କଲେରାର ବ୍ୟାପିବାର ମୁଖ୍ୟ କାରଣ ହେଉଛି ପାନୀୟ ଜଳ । ଗ୍ରାମର ପ୍ରାୟ ୫୦ ପରିଵାର ପାଇଁ ମାତ୍ର ଗୋଟିଏ ନଳକୂପ ରହିଛି । କିନ୍ତୁ ଏହି ନଳକୂପର ପରୀକ୍ଷା ପରେ କଲେରା ଜୀବାଣୁ ଥିବା ଜଣା ପଡିବା ପରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନଳକୂପରୁ ପାନୀୟ ଜଳ ବ୍ୟବହାର ପାଇଁ ବାରଣ କରାଯାଇଛି ।

ଏନେଇ ଡେଙ୍ଗାଗୁଡା ଗ୍ରାମକୁ ଟେଙ୍କର ଯୋଗେ ପଞ୍ଚାୟତ ତରଫରୁ ପାନୀୟ ଜଳ ଯୋଗାଣ କରାଯାଉଥିବା ଜଣାପଡିଛି । ହେଲେ କିଛିଦିନ ହେବ ପାଣିଟେଙ୍କରରେ ଜଳ ଯୋଗାଣ ବନ୍ଦ ହୋଇଯିବା ପରେ ବାଧ୍ୟ ହୋଇ ଡେଙ୍ଗାଗୁଡା ଗ୍ରାମବାସୀ ନଳକୂପର ପାଣି ପିଇବା ଦ୍ଵାରା ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଗ୍ରାମବାସୀ କହିଛନ୍ତି । ଠିକ ସେହିପରି ଅଡାଜର ପଞ୍ଚାୟତ ପରଲାଜର ଗ୍ରାମରେ ମଧ୍ୟ ୫ ଜଣ ବ୍ୟକ୍ତି ଝାଡାବାନ୍ତିରେ ଆକ୍ରାନ୍ତ ହୋଇ କାଶିପୁର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଉଛନ୍ତି । ତେବେ ବିଶ୍ଵସ୍ଥ ସୂତ୍ରରୁ ଜଣାପଡିଛି ଯେ ଗତ ୧୪ତାରିଖରେ ଉକ୍ତ ଗ୍ରାମର ମଣି ମାଝୀ ଓ ୧୭ ତାରିଖ ନମିତା ମାଝୀଙ୍କର ଝାଡାବାନ୍ତିରେ ମୃତ୍ୟୁ ଘଟିଥିବା କୁହାଯାଉଥିଲେ ସୁଦ୍ଧା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ ।

ABOUT THE AUTHOR

...view details