ଓଡିଶା

odisha

ETV Bharat / state

କାଶୀପୁରରେ କଲେରା ଆତଙ୍କ : ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ, ୮ରେ ପହଞ୍ଚିଲା ମୃତକ ସଂଖ୍ୟା - ଗମ୍ଭୀର ହେଉଛି କାଶୀପୁର ସ୍ଥିତି

ଦିନକୁ ଦିନ ଗମ୍ଭୀର ହେଉଛି କାଶୀପୁର ସ୍ଥିତି । ମାଡ଼ି ଚାଲିଛି କଲେରା ଆତଙ୍କ । ଗତକାଲି ଯାଏଁ ମୃତ୍ୟୁ ସଂଖ୍ୟା ୭ ଥିବା ବେଳେ ଆଜି ଆଉ ଜଣଙ୍କର ମୁଣ୍ଡ ନେଇଛି କଲେରା ମହାମାରୀ । ଅଧିକ ପଢ଼ନ୍ତୁ

କାଶୀପୁରରେ କଲେରା  ଆତଙ୍କ :  ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ, ୮ରେ ପହଁଞ୍ଚିଲା ମୃତକ ସଂଖ୍ୟା
କାଶୀପୁରରେ କଲେରା ଆତଙ୍କ : ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ, ୮ରେ ପହଁଞ୍ଚିଲା ମୃତକ ସଂଖ୍ୟା

By

Published : Jul 19, 2022, 8:47 PM IST

ରାୟଗଡ଼ା : କାଶୀପୁରରେ କଲେରା ଆତଙ୍କ । ଆଜି ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି । ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଗତ ୧୦ ଦିନ ହେବ ବ୍ୟାପିଥିବା ଝାଡାବାନ୍ତି ହଇଜା ବୋଲି ସ୍ପଷ୍ଟ ହେବାପରେ ପ୍ରଭାବିତ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ଦେଖା ଦେଇଛି । ଏପଟେ ହଇଜା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ।

କାଶୀପୁରରେ କଲେରା ଆତଙ୍କ : ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ, ୮ରେ ପହଁଞ୍ଚିଲା ମୃତକ ସଂଖ୍ୟା

ଆଜି ପୁଣି ଜଣେ ହଇଜା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୮ ରେ ପହଞ୍ଚିଛି । ମୃତକ ଜଣକ ହେଲେ ନକଟିଗୁଡା ପଞ୍ଚାୟତ ଅନ୍ତର୍ଗତ ସାନମାଟିକଣା ଗ୍ରାମର ସନୁ ମାଝିଙ୍କ ସ୍ତ୍ରୀ ଡାଲମେ ମାଝୀ (୬୫) । ଗତକାଲି ରାତି ଠାରୁ ସେ ଝାଡାବାନ୍ତିରେ ଆକ୍ରାନ୍ତ ରହିଥିଲେ ଓ ଆଉ ଆଜି ଭୋରରୁ ତାଙ୍କର ମୃତ୍ୟୁ ଘଟିଛି ।

୫ ରୁ ୮ ଥର ଝାଡା ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଡାଲମେଙ୍କ ମୃତ୍ୟୁ ହୋଇଥିବା ତାଙ୍କ ସ୍ୱାମୀ ସନୁ ମାଝି କହିଛନ୍ତି । ଏପରିକି ସେ ଡାକ୍ତରଖାନା ନେବାକୁ ମଧ୍ୟ ସମୟ ପାଇନଥିବା କହିଛନ୍ତି । ଡାଲମେଙ୍କ ମୃତ୍ୟୁ ପରେ ସାନମାଟିକଣା ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଏଣେ ହଇଜାରେ ଆକ୍ରାନ୍ତଙ୍କ ସଂଖ୍ୟା ନିତି ବଢିବାରେ ଲାଗିଛି । ବିଭିନ୍ନ ଗ୍ରାମର ପ୍ରାୟ ୯୦ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଫଳରେ ଏହା ମହାମାରୀ ଆଡକୁ ମୁଁହାଉଥିବା ଆଶଙ୍କା କରାଯାଉଛି । ସେପଟେ ଜିଲ୍ଲା ପ୍ରଶାସନ ଏଥିପ୍ରତି ସତର୍କ ଦୃଷ୍ଟି ରଖିଥିବା ବେଳେ ମେଡିକାଲ ଟିମ ପ୍ରଭାବିତ ଗାଁକୁ ଯାଇ ଲୋକଙ୍କ ଚିକିତ୍ସା କରୁଥିବାର ଦେଖିବାକୁ ମିଳିଛି ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details