ଓଡିଶା

odisha

ETV Bharat / state

ଏମିତି ସମୟ ଅତିବାହିତ କରୁଛନ୍ତି ଆଦିବାସୀ ମୁଲକର ପିଲାଏ... - lockdown impact in rayagada

ଲକଡାଉନରେ ସମୟ ଅତିବାହିତ କରିବାକୁ ଆଦିବାସୀ ଅଧୁସିତ ଅଞ୍ଚଳର ପିଲାଏ ବାଛିଛନ୍ତି ନିଆରା ଉପାୟ । ଚିତ୍ର ଆଙ୍କି ନିଜ ଅନ୍ତନିଃହିତ ପ୍ରତିଭାକୁ ବିକଶିତ କରଛନ୍ତି । ଆଉ ଏହା ମଧ୍ୟ ବେଶ ଫଳପ୍ରଦ ହୋଇଛି । ଆଗାମୀଦିନରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ଏମାନେ ସାମିଲ ହେବେ ବୋଲି ଜଣାପଡିଛି । ଏହି ଘଟଣା ଦେଖିବାକୁ ମିଳିଛି ରାୟଗଡାରେ ।

ଚିତ୍ର ଆଙ୍କି ସମୟ ଅତିବାହିତ କରୁଛନ୍ତି ପିଲାଏ
ଚିତ୍ର ଆଙ୍କି ସମୟ ଅତିବାହିତ କରୁଛନ୍ତି ପିଲାଏ

By

Published : May 7, 2020, 11:06 AM IST

ରାୟଗଡା: କୋରୋନା ସଂକ୍ରମଣ ରୋକିବାକୁ ଦିଲ୍ଲୀରୁ ପଲ୍ଲୀ ସଭିଏଁ ଏକଜୁଟ ହୋଇଛନ୍ତି । ଏହି ସଂଗ୍ରାମରେ କିଏ ମାସ୍କ ବାଣ୍ଟି ଲୋକଙ୍କୁ ସଚେତନ କରୁଛି ତ କିଏ ଗରିବଙ୍କୁ ଖାଇବାକୁ ଦେଉଛି । ସେପଟେ ରାୟଗଡାର ଜଗନ୍ନାଥଗୁଡା ଗାଁ ରେ ଛୋଟ ଛୋଟ ପିଲାମାନେ ଲକଡାଉନରେ ସମୟ ଅତିବାହିତ କରିବାକୁ ଚିତ୍ରାଙ୍କନ କରୁଥିବା ଦେଖିବାକୁ ମିଳିଛି ।

ଚିତ୍ର ଆଙ୍କି ସମୟ ଅତିବାହିତ କରୁଛନ୍ତି ପିଲାଏ

ଏହାଦ୍ବାରା ସେମାନେ ତାଙ୍କ ହସ୍ତକଳା ଜ୍ଞାନକୁ ମଧ୍ୟ ବିକଶିତ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ଆଉ ଏମିତି ପିଲାଙ୍କୁ ସହାୟତାର ହାତ ବଢାଇଛନ୍ତି CYSD ନାମକ ଏକ ସ୍ବେଚ୍ଛାସେବୀ ସଂସ୍ଥା । ଖାଲି ସେତିକି ନୁହେଁ ଏମାନଙ୍କର ହସ୍ତ କଳାକୁ ସରକାରଙ୍କ "ମୋ ପ୍ରତିଭା" କାର୍ଯ୍ୟକ୍ରମରେ ସାମିଲ କରାଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।

ଆଗାମୀ ଦିନରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ସାମିଲ କରାଯିବା ନେଇ ସୂଚନା ଦେଇଛନ୍ତି CYSD ସଂସ୍ଥାର ପୋଗ୍ରାମ ମ୍ୟାନେଜର ଅମିତ କୁମାର ମହାପାତ୍ର । ରାୟଗଡା ଏବଂ କୋଲନରା ବ୍ଲକର ଆଦିବାସୀ ଅଧୁସିତ ଅଞ୍ଚଳର ପିଲାମାନଙ୍କ ପାଇଁ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ପ୍ରୋଗ୍ରାମ ମ୍ୟାନେଜର ସୂଚନା ଦେଇଛନ୍ତି । ତେବେ ଲକଡାଉନ ସମୟରେ ଚିତ୍ର ଆଙ୍କି ସମୟ ଅତିବାହିତ କରିବା ଗାଁ ପିଲାଙ୍କ ପାଇଁ ବେସ ଫଳପ୍ରଦ ହୋଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details