ରାୟଗଡା: ଅନେକ ସଚେତନତା ସତ୍ତ୍ବେ ବି ରାୟଗଡାରେ କମୁନି ବାଲ୍ୟ ବିବାହ । ପୁଣି ଏକ ବାଲ୍ୟ ବିବାହକୁ ଅଟକାଇଛି ଚାଇଲ୍ଡ ଲାଇନ । ରାୟଗଡା ବ୍ଲକର ଜେମାଦେଇପେଣ୍ଠ ଗାଁରେ ବାଲ୍ୟ ବିବାହକୁ ଜିଲ୍ଲା ପ୍ରଶାସନ ଓ ଚାଇଲ୍ଡ ଲାଇନ ରୋକିବାରେ ସକ୍ଷମ ହୋଇଛନ୍ତି ।
15 ବର୍ଷର ନାବାଳିକାକୁ ଉଦ୍ଧାର କରି ସିଡବ୍ଲୁସି ନିକଟରେ ହାଜର କରିଛି ଚାଇଲ୍ଡ ଲାଇନ । ପରେ ସିଡବ୍ଲୁସି ନିର୍ଦ୍ଦେଶରେ ନାବାଳିକାକୁ ତାଙ୍କ ଘରେ ଛାଡି ଦିଆଯାଇଛି ।
ସୂଚନା ଅନୁସାରେ, କିଛି ଦିନ ତଳେ ନାବାଳିକା ଜଣକ ନିଜ ଘର ଜେମାଦେଇପେଣ୍ଠ ଛାଡି ଭଲ ପାଉଥିବା ଯୁବକଙ୍କ ଘର କତାପେଟା ଗାଁକୁ ଚାଲି ଯାଇଥିଲେ । ନାବାଳିକାର ପରିବାର ଲୋକେ ବୁଝାସୁଝା କରିବା ପରେ ମଧ୍ୟ ନାବାଳିକାଟି ଘରକୁ ଫେରିନଥିଲା । ଏହି ଖବର ଜଣାପଡିବା ପରେ ତୁରନ୍ତ ଚାଇଲ୍ଡ ଲାଇନ ଟିମ କୋତାପେଟା ଗାଁରେ ପହଞ୍ଚି ନାବାଳିକାଟିକୁ ଉଦ୍ଧାର କରି ପରିବାରର ଜିମା ଦେଇଛନ୍ତି ।