ରାୟଗଡ଼ା:ବାଲ୍ୟ ବିବାହ ରୋକିବା ପାଇଁ ଜିଲ୍ଲାରେ 'ପ୍ରଚେଷ୍ଟା' ଅଭିଯାନ ଆରମ୍ଭ ହୋଇଛି । ଏହାରି ମାଧ୍ୟମରେ ଗୋଟିଏ ଦିନରେ ୪ ଲକ୍ଷ ଲୋକେ ମାନବ ଶୃଙ୍ଖଳ ଓ ଗଣ ଶପଥ ପାଠ କରିଛନ୍ତି । ଜିଲ୍ଲା ପ୍ରଶାସନ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିଜ ଅଞ୍ଚଳରେ ବାଲ୍ୟ ବିବାହ ରୋକିବା ପାଇଁ ଏମାନେ ଶପଥ ନେଇଛନ୍ତି ।
ଜିଲ୍ଲା ପ୍ରଶାସନ, ଆକ୍ସନଏଡ ଏବଂ UNICEFର ମିଳିତ ଉଦ୍ୟମରେ ବିଭିନ୍ନ ବିଭାଗ ସମନ୍ଵୟ କ୍ରମେ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଯାଇଛି । ଆଜି ଲୋକମାନଙ୍କୁ ସଚେତନ କରିବା ପାଇଁ ଏକ ମାନବ ଶୃଙ୍ଖଳ ମାଧ୍ୟମରେ ଯୁବତୀଙ୍କୁ ୧୮ ବର୍ଷ ପୂର୍ବରୁ ଓ ଯୁବକଙ୍କୁ ୨୧ ବର୍ଷ ପୂର୍ବରୁ ବିବାହ କରାଇବେ ନାହିଁ । ନିଜ ଅଞ୍ଚଳରେ ବାଲ୍ୟ ବିବାହ ହେଉଥିବାର ନଜରକୁ ଆସିଲେ ସେମାନଙ୍କୁ ବିବାହ ନ କରାଇବା ପାଇଁ ବୁଝାଇବେ, ଯଦି ଆବଶ୍ୟକ ପଡେ ଚାଇଲ୍ଡ ଲାଇନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ପୋଲିସ, ଅଙ୍ଗନୱାଡି କର୍ମୀ, ଅଙ୍ଗନୱାଡି ସୁପରଭାଇଜର ଓ CDPOଙ୍କୁ ଜଣାଇବେ ବୋଲି ଶପଥ ପାଠ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।