ରାୟଗଡା:ଡିଜିଟାଲ ପ୍ଲାନେଟରିଅମ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । ରାୟଗଡା ଜିଲ୍ଲା କାଦମ୍ବବରିଗୁଡା ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂରେ ଡିଜିଟାଲ ପ୍ଲାନେଟୋରିଅମରର ଭିତ୍ତିପ୍ରସ୍ଥର ସ୍ଥାପନା କରିଛନ୍ତି ।
ରାୟଗଡା ଜିଲ୍ଲା କାଦମ୍ବବରିଗୁଡା ଠାରେ ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରାୟ 4 ଏକର ଜାଗାରେ 15 କୋଟି ଟଙ୍କା ବ୍ୟୟରେ ଏହି ପ୍ଲାନେଟାରିୟମ ନିର୍ମିତ ହେବ। ସରକାରଙ୍କ 5 ‘ଟି’ କାର୍ଯ୍ୟକ୍ରମ ଅନୁଯାୟୀ ରାୟଗଡା ଜିଲ୍ଲାରେ ବିଜ୍ଞାନର ବିକାଶ ଲାଗି ଦୁଇ ବର୍ଷ ମଧ୍ୟରେ ପ୍ଲାନେଟୋରିଅମ ନିର୍ମାଣ ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ଆଗାମୀ ଦିନରେ ରାଜ୍ୟରେ ଅନ୍ୟ ଜିଲ୍ଲାରେ ପ୍ଲାନେଟୋରିଅମ ନିର୍ମାଣ ହେବ ବୋଲି ସରକାର ନିଷ୍ପତି ନେଇଛନ୍ତି ।