ଓଡିଶା

odisha

ETV Bharat / state

ଉଦ୍‌ଯାପିତ ହେଲା ଚଇତି ମହୋତ୍ସବ - ଉଦ୍‌ଯାପିତ ହେଲା ଚଇତି ମହୋତ୍ସବ

ଚଇତି ମହୋତ୍ସବର ଶେଷ ରାତିରେ ଓଲିଉଡ କଳାକାର ମନୋଜ ମିଶ୍ର, ସୁରମୟୀ ଓ ସୁଲଗ୍ନା ଯୋଗଦେଇ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

chaiti
chaiti

By

Published : Dec 23, 2019, 11:58 PM IST

ରାୟଗଡା: ଉଦ୍‌ଯାପିତ ହେଲା ଚଇତି ମହୋତ୍ସବ, ଶେଷ ରଜନୀରେ ମସଗୁଲ ନେତା ଠାରୁ ଜନତା । ଶୀତ କାକରରେ 3ଦିନ ଧରି ଚାଲିଥିବା ଗୁଣୁପୁରର ଚଇତି ମହୋତ୍ସବ ଉଦ୍‌ଯାପିତ ହୋଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାୟଗଡା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅମୃତ ଋତୁରାଜ ଯୋଗଦେଇ ଆଦିବାସୀ କଳା, ସଂସ୍କୃତି, ଜୀବନ ଜୀବିକାର ସମନ୍ବୟ ବିକାଶ ପାଇଁ କହିଥିଲେ ।

ଉଦ୍‌ଯାପିତ ହେଲା ଚଇତି ମହୋତ୍ସବ

ତେବେ ଶେଷ ଦିନରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ, ଭୁବନେଶ୍ୱର ଓ କଟକର ବିଭିନ୍ନ ଡ୍ୟାନ୍ସ ଗ୍ରୁପ ଯୋଗ ଦେଇଥିଲେ । ଓଲିଉଡ କଳାକାର ମନୋଜ ମିଶ୍ର, ସୁରମୟୀ ଓ ସୁଲଗ୍ନା ଯୋଗଦେଇ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

ତେବେ ଶେଷ ଦିନରେ ନେତା କି ଜନତା ସଭିଏଁ ଏକାକାର ହୋଇ ନୃତ୍ୟଗୀତରେ ମଜିଯାଇଥିବା ଦେଖିବାକୁ ମିଳିଥିଲା । ବିଶେଷ କରି ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଓ ଉପଜିଲ୍ଲାପାଳ ସିଧେଶ୍ବର ବଳିରାମ ମଞ୍ଚ ଉପରେ ଉପସ୍ଥିତ ଜନତାଙ୍କୁ ବେଶ ମନୋରଞ୍ଜନ କରିଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details