ରାୟଗଡା: ଗତ କିଛିଦିନ ହେବ ଲଗାତାର ବୟସ୍କ ମହିଳାଙ୍କ ଠାରୁ ସୁନା ଚେନ ଝାମ୍ପି ନେଉଥିବା ଭଳି ଘଟଣା ଘଟୁଥିବାବେଳେ ଏକ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ରାୟଗଡା ପୋଲିସ । ରାୟଗଡା ପୋଲିସ ଦ୍ବାରା 2ଚେନ ଲୁଟେରା ସମେତ 4 ଜଣଙ୍କୁ ଗିରଫ କରାଯିବା ସହ ମହିଳାଙ୍କୁ ଲୁଟ ଚେନ ହସ୍ତାନ୍ତର କରିଛି ପୋଲିସ ।
ଗତ 2ମାସ ତଳେ ବ୍ୟାଙ୍କ କଲୋନୀର ମାଙ୍ଗେ ଅମ୍ମାଙ୍କ ଠାରୁ 2ଟି ଚେନ ଝାମ୍ପିନେବା ଘଟଣାରେ ପୋଲିସ 2ଜଣ ଲୁଟେରା ସହ ଲୁଟ ସୁନା କିଣା ଅଭିଯୋଗରେ 2ଜଣକୁ ଗିରଫ କରିଛି । ଗିରଫ ଲୁଟେରା ଦୁଇଜଣ ସୁନ୍ଦରଗଡ଼ ଜିଲ୍ଲାର ହୋଇଥିବାବେଳେ ବାଇକ ଚୋରି କରି ସେଥିରେ ସେମାନେ ଚେନ ଲୁଟ କରୁଥିବା ପୋଲିସ କହିଛି ।