ଓଡିଶା

odisha

ETV Bharat / state

ମସ୍ତିସ୍କ ପକ୍ଷାଘାତରେ ପୀଡିତ ଅସହାୟ ମନସ୍ମିତା, ସରକାରୀ ସହାୟତାକୁ ଅପେକ୍ଷା - ଅସହାୟ ଅବସ୍ଥାରେ କୁନି ଝିଅ ମନସ୍ମିତା

ରାୟଗଡା ଜିଲ୍ଲା ଗୁଣୁପୁର ପଞ୍ଚାୟତର ମସ୍ତିସ୍କ ପକ୍ଷାଘାତରେ ପୀଡିତ ଅସହାୟ କୁନିଝିଅ । ନା କିଛିକହି ପାରୁଛି, ନା ଚାଲିପାରୁଛି । ଏଭଳି ଅସ୍ଵାଭାବିକ ପରିସ୍ଥିତି ଯୋଗୁଁ ପିତା ମାତାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଉପଯୁକ୍ତ ଚିକିତ୍ସା ପାଇଁ ଲୋଡା ସରକାରୀ ସହାୟତା । ଅଧିକ ପଢନ୍ତୁ...

cerebral palacy affected eight year old girl
ମସ୍ତିସ୍କ ପକ୍ଷାଘାତରେ ପୀଡିତ ଅସହାୟ କୁନିଝିଅ ମନସ୍ମିତା, ସରକାରୀ ସହାୟତାକୁ ଅପେକ୍ଷା

By

Published : Dec 19, 2020, 7:14 AM IST

ରାୟଗଡା: ଅସହାୟ ଅବସ୍ଥାରେ କୁନି ଝିଅ ମନସ୍ମିତା । ନା କିଛିକହି ପାରୁଛି, ନା ଚାଲିପାରୁଛି । ଖାଲି କୁନି କୁନିଆଖିରେ ଜୁଳୁଜୁଳୁ ହୋଇ ଅନେଇ ରହିଛି । ଏ ହେଉଛି ରାୟଗଡା ଜିଲ୍ଲା ଗୁଣୁପୁର ପଞ୍ଚାୟତ ସମିତି ଅନ୍ତର୍ଗତ ରେଗଡା ଗ୍ରାମପଞ୍ଚାୟତର ବନ୍ଧୁଗୁଡା ଗ୍ରାମର ବେଣୁ ଶବରଙ୍କ ଓ ସୁବାସିନୀ ଶବରଙ୍କ ଆଠ ବର୍ଷର ସାନ ଝିଅ ମନୁ।

ମସ୍ତିସ୍କ ପକ୍ଷାଘାତରେ ପୀଡିତ ଅସହାୟ କୁନିଝିଅ ମନସ୍ମିତା, ସରକାରୀ ସହାୟତାକୁ ଅପେକ୍ଷା

ଝିଅ ଜନ୍ମ ହେବାର ଆଠ ମାସ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଥିଲା ବୋଲି ମନୁର ବାପାମା କହିଛନ୍ତି । ହଠାତ ଶରୀରରେ ଅସ୍ଵାଭାବିକ ପରିସ୍ଥିତି ଦେଖାଦେଇଥିଲା । ହଠାତ ତାଙ୍କ ଝିଅର ପାଟି ଖୋଲିଲା ନାହିଁ । ଗୋଡ଼ହାତ ମଧ୍ୟ ଠିକ ଭାବେ କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ । ନା ମନୁ ଏବେ ଠିଆ ହୋଇ ପାରୁଛି ନା ଚାଲି ପାରୁଛି । ମା ଖୁଆଇ ଦେଲେ ଯାହା ଟିକେ ଖାଉଛି । ଏଭଳି ଅସ୍ଵାଭାବିକ ପରିସ୍ଥିତି ଯୋଗୁଁ ପିତା ମାତାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇ ପଡିଛି ମନୁ । ଝିଅର ଏଭଳି ପରିସ୍ଥିତି ନେଇ ବାପା ବେଣୁ ଶବର ଓ ମା ସୁବାସିନୀ ଶବର ଗୁଣୁପୁର, ରାୟଗଡା ଓ ପାରଳାଖେମୁଣ୍ଡି ଡାକ୍ତରଖାନାରେ ମନୁକୁ ଦେଖେଇ ଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା ସ୍ଥାନୀୟ ପ୍ରଶାସନ ମଧ୍ୟ ଚିକିତ୍ସାର ବ୍ୟବସ୍ଥା ଯୋଗାଇ ଥିଲେ ।

ସେପଟେ ମନୁଙ୍କ ମା’ ଦିନ ମଜୁରିଆହୋଇଥିବା ବେଳେ, ବାପା ସାହିରେ ଏକ ଛୋଟିଆ ଦୋକାନ କରି ପାଞ୍ଚ ପ୍ରାଣୀ କୁଟୁମ୍ବ ପ୍ରତିପୋଷଣ କରନ୍ତି । ପରିବାର ଭରଣ ପୋଷଣ ପାଇଁ ସେ ଚିକିତ୍ସାକୁ ଅଣଦେଖା କରଥିଲେ କିନ୍ତୁ ବର୍ତ୍ତମାନ ଶିଶୁର ବୟସ ବଢିବା ସାଙ୍ଗକୁ ଯନ୍ତ୍ରଣାରେ ଛଟପଟ ଶିଶୁକୁ ଉଚ୍ଚ ଓ ଉନ୍ନତ ମାନର ଚିକିତ୍ସା ପାଇଁ ନା ତାଙ୍କ ପାଖରେ ଅଛି ଆର୍ଥକ ସମ୍ବଳ ନା କିଛି ସହାୟତା । ମନୁର ଏଭଳି ଅବସ୍ଥା ଯୋଗୁଁ ତାକୁ ଏକୁଟିଆ ଛାଡି କାମଧନ୍ଦା ପାଇଁ ଯାଇ ପାରୁନଥିବା ତାଙ୍କ ମା’ ପ୍ରକାଶ କରିଛନ୍ତି । ମନୁର ଛୋଟ ବେଳର ଫୋଟ ଦେଖି ଅତୀତକୁ ଗୁମରିଗୁମରି କୋହସମ୍ବରଣ କରିପାରୁନାହାନ୍ତି ଏହି ଦମ୍ପତି ।

ଏହି ଘଟଣାକୁ ଲୋକ ଲୋଚନକୁ ଆଣିଛନ୍ତି ଗୁଣୁପୁର ଆଦର୍ଶ ପୋଲିସ ଥାନାର କାର୍ଯ୍ୟରତ ସବଇନ୍ସପେକ୍ଟର ସୁଶାନ୍ତ କୁମାର ବେହେରା ଖାଲି ଲୋକ ଲୋଚନକୁ ଆଣିଛନ୍ତି ତା ନୁହେଁ ,ଝିଅଟିର ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରି ସହାୟତା ଯୋଗାଇ ଦେବାକୁ ଆଗଭର ହୋଇ ପଡିଛନ୍ତି । ଏନେଇ ଗୁଣୁପୁର ଉପଜିଲ୍ଲାପାଳ ଓ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଘଟଣା ସମ୍ପର୍କରେ ଅନୁଧ୍ୟାନ କରି ଆବଶ୍ୟକ ବିଧି ମୁତାବକ ସହାୟତା ଯୋଗାଇ ଦେବାକୁ କହିଛନ୍ତି । କଣ ପୁଣି ଥରେ ପେରି ପାଇବ ତାର ପୂର୍ବବସ୍ଥା ? ସକ୍ଷମ ହୋଇ ପାରିବ କି କୁନି ଝିଅ ମନୁ ତାହା ଦେଖିବାକୁ ବାକି ରହିଲା।

ରାୟଗଡାରୁ ରଞ୍ଜନକୁମାର ରଥ,ଇଟିଭି ଭାରତ

ABOUT THE AUTHOR

...view details