ଓଡିଶା

odisha

ETV Bharat / state

୧୧ ରେ ଖୋଲିବ କେନ୍ଦ୍ରୀୟ ବିଦ୍ୟାଳୟ, ପ୍ରସ୍ତୁତି ଜୋରଦାର

୯ ମାସରୁ ଅଧିକ ସମୟ ଧରି ବନ୍ଦ ପଡ଼ିଥିବା କେନ୍ଦ୍ରୀୟ ବିବ୍ୟାଳୟ ଗୁଡିକ ଆସନ୍ତା ୧୧ ତାରିଖରୁ ଖୋଲିବା ନେଇ ନିଷ୍ପତି ପରେ ରାୟଗଡାରେ ମଧ୍ୟ ତତ୍ପରତା ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

By

Published : Jan 8, 2021, 8:40 AM IST

Updated : Jan 8, 2021, 10:55 AM IST

୧୧ ରେ ଖୋଲିବ କେନ୍ଦ୍ରୀୟ ବିଦ୍ୟାଳୟ, ପ୍ରସ୍ତୁତି ଜୋରଦାର
୧୧ ରେ ଖୋଲିବ କେନ୍ଦ୍ରୀୟ ବିଦ୍ୟାଳୟ, ପ୍ରସ୍ତୁତି ଜୋରଦାର

ରାୟଗଡା: ରାଜ୍ୟରେ ଥିବା ସ୍କୁଲ ଗୁଡିକରେ ଦଶମ ଏବଂ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଆଜି ଠାରୁ ସ୍କୁଲ ଗୁଡିକ ଖୋଲିବା ବ୍ୟବସ୍ଥା କରୁଥିବା ବେଳେ ଏଥରୁ ବାଦ ପଡିନାହାନ୍ତି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ । ଦୀର୍ଘ ୯ ମାସରୁ ଅଧିକ ସମୟ ଧରି ବନ୍ଦ ପଡ଼ିଥିବା କେନ୍ଦ୍ରୀୟ ବିବ୍ୟାଳୟ ଗୁଡିକ ଆସନ୍ତା ୧୧ ତାରିଖରୁ ଖୋଲିବା ନେଇ ନିଷ୍ପତି ପରେ ରାୟଗଡାରେ ମଧ୍ୟ ତତ୍ପରତା ପ୍ରକାଶ ପାଇଛି ।

୧୧ ରେ ଖୋଲିବ କେନ୍ଦ୍ରୀୟ ବିଦ୍ୟାଳୟ, ପ୍ରସ୍ତୁତି ଜୋରଦାର

ଏନେଇ ବାରମ୍ବାର ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ନେଇ ବୈଠକ ଉପରେ ବୈଠକ କରୁଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ତେବେ ଛାତ୍ରଛାତ୍ରୀ ସ୍କୁଲକୁ ଆସିବେ କି ନହିଁ ତାହା ସେମାନେ ଏବଂ ସେମାନଙ୍କ ଅଭିଭାବକଙ୍କ ଇଛାଧୀନ ବିଷୟ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ରୀୟ ବିବ୍ୟାଳୟ ଅଧକ୍ଷ । ଛାତ୍ରଛାତ୍ରୀ ମନଙ୍କ ସ୍କୁଲରେ ପ୍ରବେଶ ସମୟରେ ଥର୍ମାଲ ସ୍ଛାନ କରାଯିବ । କୌଣସି ଅଟୋ କିମ୍ବା ଅନ୍ୟ କୌଣସି ଗାଡି ମଟରରେ ଏକରୁ ଅଧିକ ଛାତ୍ରଛାତ୍ରୀ ଆସିପାରିବେ ନାହିଁ ବୋଲି ସ୍ଵଷ୍ଟ କରିଛନ୍ତି ବିଦ୍ୟାଳୟର ଅଧକ୍ଷ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Jan 8, 2021, 10:55 AM IST

ABOUT THE AUTHOR

...view details